Latest Odisha News

BREAKING NEWS

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ନିୟନ୍ତ୍ରଣ ରେଖା ଡେଇଁଲେ ଏଥର ଭୋଗିବ । ଚଳିତ ମାସ ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ଟି ହରିୟାଣାର ଅମ୍ବାଲାରେ ପହଞ୍ଚିବ । ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବାୟୁସେନାର ପାଇଲଟ୍ ରାଫେଲ ଉଡ଼ାଇବା ପାଇଁ ତାଲିମ ନେଇଛନ୍ତି ଓ ପ୍ରସ୍ତୁତ ରହିଛନ୍ତି । ଫ୍ରାନ୍ସଠାରୁ ୫୮ ହଜାର କୋଟି ଟଙ୍କା ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବା ନେଇ ଚୁକ୍ତି କରିଛି ଭାରତ । ୨୦୧୬ରେ ଦାସୋଲ୍ଟ ଏଭିଏସନ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଲଦାଖରେ ମୁତୟନ ହେବ
ବାୟୁସେନାରେ ସାମିଲ ପରେ ଲଢୁଆ ରାଫେଲ ଯୁଦ୍ଧ ବିମାନକୁ ଇଷ୍ଟର୍ଣ୍ଣ ଲଦାଖରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଏବେ ଚୀନ୍ ସହ ସୀମା ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ରାଫେଲ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖାରେ ବାୟୁସେନାର ଶକ୍ତି ବୃଦ୍ଧି କରିବ ।

Leave A Reply

Your email address will not be published.