Latest Odisha News

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୫୪ ରନର ଅଗ୍ରଣୀ

ଲିଡ୍ସ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତର ପ୍ରଥମ ଇନିଂସ ସ୍କୋର ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରି ଅଲଆଉଟ ହୋଇଯାଇଛି । ଜୋ ରୁଟଙ୍କ ଶତକ (୧୨୧ରନ) ବଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ ରହିଛି । ରୟ ବର୍ଣ୍ଣସ (୬୧), ହସିବ ହମୀଦ (୬୮) ଓ ଡାୱିଦ ମଲାନ (୭୦) ଅର୍ଦ୍ଧଶତକ ହାସଲ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ଉଇକେଟ ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

Comments are closed.