Latest Odisha News

BREAKING NEWS

ଇଂଲଣ୍ଡରେ କରୋନା କଟକଣା ହଟାଇଲେ ସରକାର

ଇଂଲଣ୍ଡ : ଇଂଲଣ୍ଡରେ ହଟିଲା କରୋନା କଟକଣା । ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ ବୋଲି ଇଂଲଣ୍ଡ ସରକାର କହିଛନ୍ତି । ଇଂଲଣ୍ଡରେ କୋରନା ସଂକ୍ରମଣ ହ୍ରାସ ଘଟିଛି । ଏଥିପାଇଁ ବିଭିନ୍ନ ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ।ହସ୍ପିଟାଲାଇସେନ ହାର ମଧ୍ୟ କମ ରହିଛି ତେଣୁ ବ୍ରିଟେନ ସରକାର କଟକଣା ହ୍ରାସ କରିଛନ୍ତି । କରୋନା କଟକଣାକୁ ଦେଶରୁ ସମ୍ପୁର୍ଣ୍ଣ ନିଷେଧ କରିଛନ୍ତି ।

ନାଇଟ କ୍ଲବ ,ରେଷ୍ଟୁରାଣ୍ଟ, ମଲ ଗୁଡିକରେ ଭ୍ୟାକ୍ସିନେସନ ରିପୋର୍ଟ ଦେଖାଇବାକୁ ପଡୁଥିଲା ।ଏବେ ଆଉ ଏସବୁ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସରକାର କହିଛନ୍ତି । ଗତ ସପ୍ତାହରେ ସରକାର ଘରୁ ବସି ଲୋକମାନେ ଯେଉଁ କାମ କରୁଥିଲେ ସେ ଗାଇଡଲାଇନକୁ ସମାପ୍ତ କରିଦେଇଛନ୍ତି ।ଏଣିକି ଲୋକମାନେ ଅଫିସ ଆସି କାମକରିବା ପାଇଁ ସରକାର ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଦେଶରେ ଓମିକ୍ରମ ସଂକ୍ରମଣ ମଧ୍ୟ ରହିଛି । ସେଥିପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ ମଧ୍ୟ ଦିଆଚାଲିଛି । ଦେଶରୁ ସଂକ୍ରମଣ ପୁରାପୁରୀ ନିଷେଧ କରିବାରେ ବ୍ରିଟେନ ହେଉଛି ପ୍ରଥମ ଦେଶ ।

Comments are closed, but trackbacks and pingbacks are open.