Latest Odisha News

ଜୟପୁରରେ ଏହି ମନ୍ଦିରରେ ପୂଜା ପାଇଥାନ୍ତି ମାଙ୍କଡ

ଜୟପୁର: ଆମେ ଭାରତର ବିଭିନ୍ନ ମନ୍ଦିରରେ ମାଙ୍କଡଙ୍କୁ ଦେଖିଥାଏ । ତେବେ ଜୟପୁରରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ମାଙ୍କଡମାନେ ପୂଜା ପାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡଙ୍କ ପାଇଁ ଉତ୍ସର୍ଗୀକୃତ । ଏହାର ନାମ ହେଲା ଗଲତାଜି ମନ୍ଦିର । ମାଙ୍କଡମାନଙ୍କୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଭୀଡ ଦେଖିବାକୁ ମିଳିଥାଏ ।

ଡ୍ରାଇ ଫ୍ରୁଟସ ଓ ଫଳମୂଳ କିଣି ଆପଣ ମାଙ୍କଡଙ୍କୁ ଅତି ପାଖରୁ ଖାଇବାକୁ ଦେଇପାରିବେ । ସେମାନେ ବି ଏତେ ମାତ୍ରାରେ ମଣିଷ ସହ ଅଭ୍ୟସ୍ତ ହୋଇଗଲେଣି ଯେ, କୌଣସି ପ୍ରକାର ହଇରାଣ ହରକତ କରନ୍ତି ନାହିଁ । ନିକଟରେ ଥିବା ପାହଡରୁ ଯେତେବେଳେ ମାଙ୍କଡମାନେ ମନ୍ଦିରରେ ପ୍ରବେଶ କରନ୍ତି ତାହା ମନରେ ଭିନ୍ନ ଏକ ସୁଖଦ ଅନୁଭୂିତ ଭରିଥାଏ । ଅନ୍ୟ ମନ୍ଦିର ପରି ଏଠାରେ ନିୟମିତ ପୂଜାର୍ଚ୍ଚାନା କରାଯାଇଥାଏ ।

Comments are closed, but trackbacks and pingbacks are open.