Latest Odisha News

BREAKING NEWS

ଗିଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ଲକ୍ଷ୍ୟ ରଖିଲା ଭାରତ

ବର୍ମିଂହାମ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସରେ ଶୁଭମନ ଗିଲଙ୍କ ଅପରାଜିତ ଶତକ ବଳରେ ଭାରତ ୬୦୮ ରନର ବିଶାଳ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ଭାରତ ୬ ୱିକେଟ ବିନିମୟରେ ୪୨୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି । ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଗିଲ ଦ୍ୱିତୀୟ ଇନିଂସରେ ୧୬୧ ରନ କରିଥିଲେ । ରିଷଭ ପନ୍ତ ୬୫ ଏବଂ ରବୀନ୍ଦ୍ର ଜାଡେଜା ୬୯ ରନ କରିଥିଲେ । ଭାରତ ପ୍ରଥମ ଇନିଂସରେ ୫୮୭ ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୪୦୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଗିଲ ଏବଂ ଜାଡେଜା ୫ମ ୱିକେଟରେ ୧୭୫ ରନ ଯୋଗ କରିଥିଲେ ।

ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଇଂଲଣ୍ଡ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଗିଲ ତାଙ୍କ ଐତିହାସିକ ଇନିଂସ ବଳରେ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ଓ ସୋଏବ ବଶୀର ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଟେଷ୍ଟରେ ବଡ ସ୍କୋର କରିବା ସତ୍ୱେ ଭାରତ ପରାଜିତ ହୋଇଥିବାରୁ ଏଥର କୌଣସି ପ୍ରକାରର ରିସ୍କ ନେବାକୁ ଚାହିଁ ନ ଥିଲା । ଦଳ ଅସମ୍ଭବ ମନେ ହେଉଥିବା ଟାର୍ଗେଟ ଦେଇ ଇଂଲଣ୍ଡକୁ ଚାପରେ ପକାଇବା ପାଇଁ ଉଦ୍ୟମ କରିଛି ।

Comments are closed.