Latest Odisha News

BREAKING NEWS

ସୂର୍ଯ୍ୟକୁମାରଙ୍କ ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଛି ଚତୁର୍ଥ ଟି-ଟ୍ବେଣ୍ଟି ମୁକାବିଲା । ସୂର୍ଯ୍ୟକୁମାରଙ୍କ ଦମଦାର ଇନିଂସ ବଳରେ ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ତେବେ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ କରିଛି ୧୮୫ ରନ ।

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ରକ୍ଷଣାତ୍ମକ ଭାବେ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିଥିଲା । ହେଲେ ୨୧ ରନରେ ଦଳ ହରାଇଥିଲା ରୋହିତ ଶର୍ମାଙ୍କ ଓ୍ବିକେଟ୍ । ରୋହିତ ଶର୍ମା ୧୨ କରି ଆଉଟ ହୋଇଥିଲେ । ଏହା ପରେ କେ.ଏଲ ରାହୁଲ ୧୪ ଓ କ୍ୟାପଟେନ୍ କୋହଲି ୧ ରନ କରି ପ୍ୟାଭିଲିୟନକୁ ଫେରିଥିଲେ । କିନ୍ତୁ ସୂର୍ଯ୍ୟକୁମାର ଖେଳିଥିଲେ ଦମଦାର ଇନିଂସ । ସେ ୩୧ ବଲରୁ ୫୧ ରନ କରି ସାମ୍ କରନଙ୍କ ବଲରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ଥ ୩୦, ଶ୍ରେୟସ ଆୟର ୩୭ ଓ ହାର୍ଦ୍ଧିକ ପାଣ୍ଡ୍ୟା ୧୧ ରନ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୪ଟି, ମାର୍କ ଉଡ୍, ଆଦିଲ ରସିଦ, ସାମ୍ କରନ ଓ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.