Latest Odisha News

BREAKING NEWS

କୋହଲିଙ୍କ ପରେ ଉର୍ବଶୀ ବି ପିଉଛନ୍ତ ଦାମୀ ପାଣି, ଦାମ୍ ଶୁଣିଲେ ଚିନ୍ତାରେ ପଡିଯିବେ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତାଲା ମୁମ୍ବାଇ ଏୟାରପୋର୍ଟରୁ ଘରକୁ ଆସୁଥିବା ବେଳେ ସେ ଧରିଥିବା ପାଣି ବୋତଲ ଉପରେ ସମସ୍ତଙ୍କ ନଜର ପଡିଥିଲା । ବାସ୍ ଆରମ୍ଭ ହୋଇଯାଇଥିଲା ଆଲୋଚନା । ଉର୍ବଶୀ ଧରିଥିବା ବ୍ଲାକ ୱାଟରର ଲିଟର ପିଛା ମୂଲ୍ୟ ୩୦୦୦ରୁ ୪୦୦୦ ଟଙ୍କା । ଏଥିରେ ପିଏଚ ଭାଲ୍ୟୁ ଅଧିକ ରହିଥାଏ । ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଆଲକାଲାଇନ ଯୁକ୍ତ ପାଣି । ଏହାକୁ ପିଇଲେ ଶରୀରରେ ପାଣିର ମାତ୍ରା କମି ନ ଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।

କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବି ଏହି ପାଣି ପିଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କରୋନା ମହାମାରୀ ପରେ ସେଲିବ୍ରେଟିମାନେ ଏହି ପାଣିକୁ ଗୁରୁତ୍ୱ ଦେଉଛନ୍ତି ।

Leave A Reply

Your email address will not be published.