Latest Odisha News

BREAKING NEWS

ରାହୁଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୩୩୭ ରନର ଟାର୍ଗେଟ

ପୁଣେ:ଚଳିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୩୩୭ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କେଏଲ ରାହୁଲଙ୍କ ଶତକ(୧୦୮) ଏବଂ ଅଧିନାୟକ ବିରାଟ କୋହଲି(୬୬) ଓ ଋଷଭ ପନ୍ତଙ୍କ(୭୭) ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ବିନିମୟରେ ୩୩୬ ରନ କରିଥିଲା । ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୩୫ ରନ ସଂଗ୍ରହ କରିଥିଲେ ।

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଇଂଲଣ୍ଡ ବୋଲରଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନ ଥିଲା । ରିସ୍ ଟୋପଲେ ଓ ଟମ କୁରାନ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କଲେ ସିରିଜ ଜିତିବ ।

Leave A Reply

Your email address will not be published.