Latest Odisha News

ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କଲା ଇଂଲଣ୍ଡ

ଲଣ୍ଡନ: ନେଦରଲାଣ୍ଡ ବିପକ୍ଷରେ ଆଜି ଇଂଲଣ୍ଡ କ୍ରିକେଟ ଦଳ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନ କରି ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କରିବା ଗୌରବ ଅର୍ଜନ କରିଛି । ଫିଲ ସାଲ୍ଟ (୧୨୨), ଡେଭିଡ ମଲାନ (୧୨୫) ଓ ଜୋସ ବଟଲର ୧୬୨ ରନର ଇନିଂସ ଖେଳିଥିଲେ । ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ୩ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ନେଦରଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ନଟିଂହାମରେ ୪୮୧ ରନ କରି ରେକର୍ଡ କରିଥିଲା । ଏଥର ବି ଇଂଲଣ୍ଡ ନିଜ ରେକର୍ଡ ନିଜେ ଭାଙ୍ଗିଛି । ବଟଲର ମାତ୍ର ୭୦ ବଲରେ ୧୪ ଛକା ଓ ୭ ଚୌକା ସହାୟତାରେ ୧୬୨ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ନେଦରଲାଣ୍ଡର କୌଣସି ବୋଲର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନ ଥିଲା ।

ଦିନିକିଆ କ୍ରିକେଟର ବଡ ସ୍କୋର
୧. ଇଂଲଣ୍ଡ ବନାମ ନେଦରଲାଣ୍ଡ – ଇଂଲଣ୍ଡ ୪୯୮/୪ ।  ୨.ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ- ଇଂଲଣ୍ଡ ୪୮୧/୬ । ୩.ଇଂଲଣ୍ଡ ବନାମ ପାକିସ୍ତାନ- ଇଂଲଣ୍ଡ ୪୪୪/୩ । ୪.ଶ୍ରୀଲଙ୍କା ବନାମ ନେଦରଲାଣ୍ଡ-ଶ୍ରୀଲଙ୍କା ୪୪୩/୯ । ୫.ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା ୪୩୯/୨

Comments are closed.