Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ ପାଟୀଦାରଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ବଦଳରେ ପ୍ରଥମ ୨ଟି ଟେଷ୍ଟରେ ଦଳରେ ସାମିଲ କରାଯାଇପାରେ । ଅଯୋଧ୍ୟାରେ ଆୟୋଜିତ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ମଧ୍ୟ ସେ ପଂହଚି ପାରି ନ ଥିଲେ ।

ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ଓ କୋହଲିଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଯୋଗ ଦେଇ ନ ଥିଲେ । ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । କୋହଲି ଦିନକ ପୂର୍ବରୁ ଚୟନ କମିଟି ଓ ଅଧିନାୟକଙ୍କୁ ଓହରିବା ସମ୍ପର୍କରେ ବିଧିବଦ୍ଧ ଭାବେ ଜଣାଇଥିଲେ ।

Leave A Reply

Your email address will not be published.