Latest Odisha News

BREAKING NEWS

ରାତିଯାକ ପାର୍ଟି କରି ଅସୁସ୍ଥ ମ୍ୟାକ୍ସୱେଲ ଡାକ୍ତରଖାନାରେ ଭର୍ତି, ତଦନ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଧୂରନ୍ଧର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଛି । ମ୍ୟାକ୍ସୱେଲଙ୍କ ସହ ପୂର୍ବତନ ପେସ ବୋଲର ବ୍ରେଟ ଲୀ ମଧ୍ୟ ଥିଲେ । ସେମାନେ ସିକ୍ସ ଆଣ୍ଡ ଆଉଟ ବ୍ୟାଣ୍ଡର ପ୍ରୋଗ୍ରାମ ଦେଖୁଥିବା ବେଳେ ମ୍ୟାକ୍ସୱେଲ ଅସୁସ୍ଥ ହୋଇ ପଡିଥିଲେ । ତେବେ ଘଟଣାର ସତ୍ୟତା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏହାର ତଦନ୍ତ କରିବ ।

ମ୍ୟାକ୍ସୱେଲ ବିଗ ବାଶ ଲିଗରେ ମେଲବୋର୍ଣ୍ଣ ଷ୍ଟାର୍ସର ନେତୃତ୍ୱ ନେଉଥିଲେ । ଦଳ ଫାଇନାଲରେ ପ୍ରବେଶ କରିପାରି ନ ଥିବାରୁ ମ୍ୟାକ୍ସୱେଲ ଅଧିନାୟକ ପଦ ଛାଡି ଦେଇଛନ୍ତି । ଫେବୃୟାରୀ ୨ରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ତାଙ୍କୁ ୧୩ ଜଣିଆ ଦଳରେ ସାମିଲ କରାଯାଇ ନାହିଁ ।

Leave A Reply

Your email address will not be published.