Latest Odisha News

BREAKING NEWS

ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିତଆ ବିପକ୍ଷରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୮ ୱିକେଟ ହରାଇ ୨୧୩ ରନ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବେନ ଷ୍ଟୋକ୍ସ ୪୫ ଓ ଜୋଫ୍ରା ଆର୍ଚ୍ଚର ୩୦ ରନ କରି ଅପରାଜିତ ରହିଛନ୍ତି । ଦଳ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ରହିଛି । ହ୍ୟାରୀ ବ୍ରୁକ(୪୫)ଙ୍କ ବ୍ୟତୀତ ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ସେଭଳି ଭଲ ପ୍ରଦର୍ଶନ କରି ନାହାନ୍ତି । ପ୍ୟାଟ କୁମିନ୍ସ ୩ଟି ୱିକେଟ ନେଇଥିବା ବେଳେ ସ୍କଟ ବୋଲାଣ୍ଡ ଓ ନାଥାନ ଲାୟନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୮ ୱିକେଟ ବିନିମୟରେ ୩୨୬ ରନ ସଂଗ୍ରହ କରିଥିଲା । ଦଳ ଆଉ ୪୫ ରନ ଯୋଗ କରିବା ପରେ ଅଲଆଉଟ ହୋଇ ଯାଇଥିଲା । ଆର୍ଚ୍ଚର ୫ଟି ୱିକେଟ ଅକ୍ତିଆର କରିଥିଲେ । ଆଲେକ୍ସ କ୍ୟାରୀ(୧୦୬)ଙ୍କ ଆକର୍ଷଣୀୟ ଶତକ ଓ ଉସମାନ ଖ୍ୱାଜା(୮୨)ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭଲ ସ୍କୋର କରିବାରେ ସଫଳ ହୋଇଥିଲା । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡକୁ ବିଜୟ ଆବଶ୍ୟକ ହୋଇପଡିଛି ।

Leave A Reply

Your email address will not be published.