Latest Odisha News

BREAKING NEWS

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା ଆର୍ଚରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।

BjdElectrycity

୧୨୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଜେସନ ରଏ ସର୍ବାଧିକ ୪୯ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ । ସେହିପରି ବଟଲର ୨୮, ମଲାନ ୨୪ ଓ ବେୟାରଷ୍ଟ୍ରୋ ୨୬ କରିଥିଲେ । ଭାରତ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ଓ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୨୪ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ଦମଦାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ, ଅନ୍ୟ ବ୍ୟାଟସମ୍ୟାନ ବିଫଳ ହୋଇଥିଲେ । ଶ୍ରେୟସ ଆୟର ୪୮ ବଲରେ ୬୭ ରନ କରିଥିବା ବେଳେ, ଋଷଭ ପନ୍ତ ୨୧ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ୧୯ ରନ କରିଥିଲେ । ଆସନ୍ତା ୧୪ ତାରିଖରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.