Latest Odisha News

BREAKING NEWS

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।

ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସୂଚନା ଅନୁଯାୟୀ, ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ। ଏହି ବିମାନଟି ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଅପରାହ୍ନ ୩.୩୦ରେ ବାହାରି ଚେନ୍ନାଇରେ ଅପରାହ୍ନ ୫ ଟାରେ ଅବତରଣ କରିବ।

ପରେ ଏହା ଚେନ୍ନାଇ ବିମାନବନ୍ଦରରୁ ଦିନ ୧ଟା ୧୦ମି.ରେ ବିମାନ ଉଡ଼ାଣ କରିବା ସହ ଝାରସୁଗୁଡା ବିମାନବନ୍ଦରରେ ଅପରାହ୍ନ ୩ଟାରେ ଅବତରଣ କରିବ ବୋଲି ସେ କହିଛନ୍ତି।

ଶ୍ରୀ ସେନାପତି ଆହୁରି କହିଛନ୍ତି ଯେ ପୁଣେ, ନାଗପୁର, ଅହମ୍ମଦାବାଦ ଓ ଗୌହାଟୀ ଭଳି ସ୍ଥାନ ସହ ଯୋଡ଼ି ହେବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.