Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଆଇପିଏଲ, ଟି୨୦ ବିଶ୍ୱକପରୁ ଓହରିଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଆଘାତ ସମସ୍ୟା ଯୋଗୁ ଆଇପିଏଲର ବାକି ତକ ମ୍ୟାଚ ଏବଂ ଟି୨୦ ବିଶ୍ୱକପ କ୍ରିକେଟରୁ ଓହରି ଯାଇଛନ୍ତି । ଆଇପିଏଲ ପ୍ଲେଅଫ ପୂର୍ବରୁ କୁରାନ ଓହରିଯିବା ଚେନ୍ନାଇ ସୁପର କିଙ୍ଗ୍‌ସକୁ ଶକ୍ତ ଧକ୍କା ହୋଇଛି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ତାଙ୍କ ପିଠିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍କାନ ରିପୋର୍ଟ ଆସିବା ପରେ ସେ ଇଂଲଣ୍ଡ ପ୍ରତ୍ୟାବର୍ତନ କରିଥିଲେ ।

ବାମହାତୀ ସ୍ପିନର ରିସେ ଟୋପଲେଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ଦଳରେ ସ୍ଥାନ ଦିଆଯାଇଛି । ଅକ୍ଟୋବର ୨୩ରେ ଦୁବାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

Comments are closed.