ମୟୂରଭଞ୍ଜ: ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏକ ବଡ଼ ଅନିୟମିତତା । ପଢିକି ଯାଇଥିଲେ ଇଂଲିଶ କୋର୍ ହେଲେ ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର । ଯାହା ଫଳରେ ୩୨ ଜଣ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇ କିଛି ଉପାୟ ନପାଇ କାନ୍ଦି କାନ୍ଦି ଘରକୁ ଫେରିଛନ୍ତି । ଏହିଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟରୁ ।
ସୂଚନାଯୋଗ୍ୟ, ମଙ୍ଗଳବାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷା କେନ୍ଦ୍ର ଟିଟିଆ ଆଦର୍ଶ ବିଦ୍ୟାଳୟକୁ ଇଂରାଜୀ ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ଇଂରାଜୀ କୋର ପ୍ରଶ୍ନପତ୍ର ବଦଳରେ ଇଂରାଜୀ ଇଲେକ୍ଟିଭ୍ ପ୍ରଶ୍ନପତ୍ର ଦିଆଯାଇଥିଲା । ଏନେଇ କର୍ତ୍ତୃପକ୍ଷ ପିଲାଙ୍କ କ୍ୟାରିୟର ସହ ଖେଳିଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ।
୨ ବର୍ଷ କାଳ କୋର୍ ପଢ଼ାଇଲେ କିନ୍ତୁ ପଞ୍ଜୀକରଣ କଲେ ଇଲେକ୍ଟିଭ୍ । ପଞ୍ଜୀକରଣ ପ୍ରକ୍ରିୟାରେ ତ୍ରୁଟି ସଂଶୋଧନ ବ୍ୟବସ୍ଥା ଥାଇ ମଧ୍ୟ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି । ଏହା ସହ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଲଙ୍କୁ ଭେଟି ଏ ସମ୍ପର୍କରେ ତାଙ୍କର ସହଯୋଗ ଲୋଡ଼ିଥିବା ଜଣାପଡ଼ିଛି ।
Comments are closed.