Latest Odisha News

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ଅଛି: ଇପିକଲ୍ ଏମଡି

ଭୁବନେଶ୍ୱର: ଗୁରୁତର ଅସୁସ୍ଥ ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ରହିଛି।

ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (ଇପିକଲ୍)ର ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାୱାଲେ କହିଛନ୍ତି ଯେ କରୋନା ସଂକ୍ରମଣ ପିକ୍ ବେଳେ ରାଜ୍ୟରେ ଦୈନିକ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ୧୬,୦୦୦ ଥିଲା। ହେଲେ ବର୍ତ୍ତମାନ ସମୟରେ ୪୦,୦୦୦ ଅକ୍ସିଜେନ ସିଲିଣ୍ଡରର ଷ୍ଟକ୍ ରହିଛି।

ଉଲ୍ଲେଖଯୋଗ୍ୟ, ଆଜି ଆଉ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ । ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମଡି ନୀତିନ ଭାନୁଦାସ ଜାୱଲେଙ୍କୁ ନିପନ ଷ୍ଟିଲ କର୍ତ୍ତୃପକ୍ଷ ଏହି ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛନ୍ତି । ପୂର୍ବରୁ ୧୩୦୦ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଥିଲା ନିପନ ଷ୍ଟିଲ । ଏହି ସିଲିଣ୍ଡରକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦ ହଜାର ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୋଇଛି ।

Comments are closed.