Latest Odisha News

BREAKING NEWS

ତୃତୀୟ ସନ୍ତାନର ମାଆ ହେଲେ ଟେନିସ ଷ୍ଟାର କୋର୍ଣ୍ଣିକୋଭା

ମସ୍କୋ: ରୁଷିଆର ଗ୍ଲାମର ଟେନିସ ଖେଳାଳି ଆନ୍ନା କୋର୍ଣ୍ଣିକୋଭା ତୃତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପପ୍ ଷ୍ଟାର ଇନରିକ୍ ଇଗଲେସିଆସ ଓ କୋର୍ଣ୍ଣିକୋଭା ମିଳିତ ଭାବେ ଝିଅ ହେବା କଥା ସୋସିଆଲ ନେଟୱର୍କି ସାଇଟରେ ଶେୟାର କରିଛନ୍ତି । ପୂର୍ବରୁ ସେମାନଙ୍କ ଲୁସି ଓ ନିକୋଲସ ନାମକ ଯମଜ ସନ୍ତାନ ଥିଲେ ।

ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି । ୩୮ ବର୍ଷୀୟ କୋର୍ଣ୍ଣିକୋଭା ଟେନିସରୁ ଅବସର ଘୋଷଣା କରି ସାରିଛନ୍ତି । ଶିଶୁ ସନ୍ତାନ ହେବା ପରେ ଭାଲେଂଟାଇନ ଡେ’ ଆମ ପାଇଁ ଅଭୁଲା ହୋଇ ରହିବ ବୋଲି କୋର୍ଣ୍ଣିକୋଭା କହିଛନ୍ତି ।

Leave A Reply

Your email address will not be published.