Latest Odisha News

BREAKING NEWS

ଅନୁପ ରଚିଥିବା ହତ୍ୟାକାଣ୍ଡର ଚାଂଚଲ୍ୟକର ଖୁଲାସା: କେମିତି ଓ କାହିଁକି ହତ୍ୟା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ରଚିଥିବା ହତ୍ୟା ଯୋଜନା ଉପରୁ ଆଜି ପରଦା ଉଠିଛି । ସେ କଳ୍ପନା ଦାସ(୩୨) ଓ ବବଲି ଦାସଙ୍କ ହତ୍ୟା ଯୋଜନା କରିଥିଲେ । ମୃତକ କଳ୍ପନାଙ୍କ ସହ ଅନୁପଙ୍କ ଅନୈତିକ ସମ୍ପର୍କ ଥିଲା ଓ ସେ ଅନୁପଙ୍କୁ ବିବାହ କରିବାକୁ ଓ ତାଙ୍କ ସମ୍ପତ୍ତିରେ ଭାଗୀଦାର ହେବାକୁ ଦାବି କରୁଥିଲେ ।

ବର୍ଷ ୨୦୧୬ରେ ହୋଇଥିବା ମାଆ-ଝିଅଙ୍କ ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଦିନ ଛତିଶଗଡ ପୋଲିସ ଚାଂଚଲ୍ୟକର ଖୁଲାସା କରିଛି । ଅନୁପଙ୍କୁ ଛତିଶଗଡ ପୋଲିସ ୧୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଏଥିରେ ହତ୍ୟା କରି ଶବକୁ ଫୋପାଡି ଦିଆଯାଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବତନ ବିଧାୟକ ମାଆ-ଝିଅଙ୍କୁ ରାୟଗଡର ଜଙ୍ଗଲ ରାସ୍ତାରେ ଲୁହା ରଡରେ ପିଟି ନିର୍ମମ ଭାବେ ହତ୍ୟା କରିଥିଲେ । ଏବଂ ପରଚିୟ ଲୁଚାଇବା ପାଇଁ ସେମାନଙ୍କ ଉପରେ ଗାଡି ମଡାଇ ବିକୃତ କରାଯାଇଥିଲା ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ଘଟଣାଟି ଜଣାପଡିଥିଲା । ରାୟଗଡ ଏସପି ସନ୍ତୋଷ କୁମାର କହିଛନ୍ତି, “ପୋଲିସକୁ ମୃତକଙ୍କ ପରିଚୟ ଜାଣିବାକୁ ବର୍ଷେ ଲାଗିଥିଲା । ଅନୁପ ସାଏ ନିଜ ଦୋଷ ସ୍ୱୀାକର କରିନେଇଛନ୍ତି ।”

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ମୃତକଙ୍କ ଜଣେ ସଂପର୍କୀୟଙ୍କୁ ଓଡିଶା ପୋଲିସର ଜଣେ କନେଷ୍ଟବଳ ଚିହ୍ନଟ କରିଥିଲେ । ଆଇପିସିର ଧାରା ୩୦୨ ଅଧିନରେ ଚକ୍ରଧର ନଗର ପୋଲିସ ଥାନାରେ ୭ ମେ’, ୨୦୧୬ରେ ଏକ ମାମଲା (୧୫୮/୧୬)ରୁଜୁ କରାଯାଇଥିଲା । ପୋଲିସକୁ ୨୦୧୭ରେ ପୂର୍ବତନ ବିଧାୟକଙ୍କ ବିରୁଦ୍ଧରେ ପ୍ରମାଣ ମିଳିଥିଲା । କିନ୍ତୁ ତାଙ୍କୁ ଗିରଫ କରିବାରେ ୪ବର୍ଷ ହୋଇଗଲା ।

ରାୟଗଡ ଏସପି କହିଛନ୍ତି, ଏହି ମାମଲାର ତଦନ୍ତ ସମୟରେ ପୋଲିସ ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ, ଉତ୍ତର ପ୍ରଦେଶ, ବିହାର ସମେତ ୬ଟି ରାଜ୍ୟର ୭୦୦ଜଣଙ୍କୁ ପଚରାଉଚୁରା କରିଥିଲା । ମୃତକ କଳ୍ପନାଙ୍କ ମୋବାଇଲ ନମ୍ବର ଟ୍ରେସ୍ କରିବାରୁ ଅନୁପଙ୍କ ଉପରେ ସନେ୍ଦହ ଘନୀଭୂତ ହୋଇଥିଲା ।

Leave A Reply

Your email address will not be published.