ମୁମ୍ବାଇ: ଆଜି ସକାଳୁ ସେୟାର ବଜାର ଭଲ ଆରମ୍ଭ ହୋଇଛି । ୪୪୨.୦୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଛି । ଏହାସହ ସେନସେକ୍ସ ୫୧,୭୨୧.୫୪ ପଏଣ୍ଟରେ ପହଞ୍ଚିଛି ।
ସେହିପରି ନିଫ୍ଟି ୧୨୪.୩୦ ପଏଣ୍ଟ ବୃଦ୍ଧି ପାଇ ଖୋଲି ୧୫୨୯୯ ଅଙ୍କ ଛୁଇଁଥିଲା । ଶୁକ୍ରବାର ସକାଳେ IDBI ଓ IFCIର ସେୟାର ସବୁଠାରୁ ଭଲ କାରବାର କରିଥିଲା । ଆଇଟିଡିସି ଓ ଅଦାନୀ ପାଓ୍ୱାର୍ସର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।
ଗତକାଲି ମହାଶିବରାତ୍ରି ଥିଲା । ଏହି କାରଣରୁ ସେୟାର ବଜାରରେ କାରବାର ବନ୍ଦ ଥିଲା । ସେହିପରି ବୁଧବାର ମଧ୍ୟ ସେୟାର ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା । ବୁଧବାର ସକାଳେ ସେୟାର ବଜାରରେ ୪୦୫ ଅଙ୍କ ବୃଦ୍ଧି ପରିଲକ୍ଷିତ ହୋଇଥିଲା । କିନ୍ତୁ କାରବାର ବନ୍ଦ ବେଳକୁ ଏହା ୨୫୪ ଅଙ୍କ ହୋଇଯାଇଥିଲା ।
Comments are closed.