Latest Odisha News

BREAKING NEWS

ଅପରାଧିଙ୍କୁ ଧରିବାରେ ପୋଲିସକୁ ସହୟତା କରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ଅପରାଧିଙ୍କୁ ଧରିବ ‘ଅତିଥି’ । ପୋଲିସର ନୂଆ ଆପ୍ ‘ଅତିଥି’ । ଏହି ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ ।

ତଥ୍ୟ କେବଳ ପୋଲିସ ପାଖରେ ରହିବ । ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ । କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦିଆଯାଇଛି ।

Leave A Reply

Your email address will not be published.