ଟଙ୍କା ହେଉ ବା ଖାଦ୍ୟ କିମ୍ବା ଡ଼୍ରେସ, ଅନେକ ସମୟରେ ବୁଲି ବୁଲି କିଏ ଏଭଳି ମାଗୁଥିବା ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଘର ଘର ବୁଲି ସେଓ ମାଗିଥାନ୍ତି । ଏମିତି କି ଖବରକାଗଜରେ ବିଜ୍ଞାପନ ଜରିଆରେ ଲୋକଙ୍କଠୁ ଆଦାୟ କରନ୍ତି ସେଓ । ଏହା ଟିକେ ଆପଣଙ୍କୁ ଅଜବ ଲାଗୁଥାଇପାରେ । ଆମେରିକାର ଜଣେ କେମିକାଲ ଇଞ୍ଜିନିୟରଙ୍କର ରହିଛି ଏଭଳି ଅଜବ ନିଶା ।
ନର୍ଥ କାରୋଲିନାର ଟମ୍ ବ୍ରାଉନ । ବୟସ ୭୯ । ସେ ଜଣେ କେମିକାଲ ଇଞ୍ଜିନିୟର । ୧୯୯୦ ମସିହାରୁ ସେ ଦୁର୍ଲଭ କିସମର ସେଓର ସନ୍ଧାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨ ଶହ କିସମର ସେଓ ସଂଗ୍ରହ କରି ସାରିଲେଣି । ସେ ତାଙ୍କର ଦୁଇ ଏକର ବଗିଚାରେ ଏହାକୁ ଲଗାଇଛନ୍ତି । ତାଙ୍କ ବଗିଚାର ନାଁ ରଖିଛନ୍ତି ହେରିଟେଜ୍ ସେଓ ବଗିଚା । ସେଥିମଧ୍ୟରେ ରହିଛି ବ୍ଲାକ୍ ୱାଇନସେପ୍୍, କ୍ୟାଣ୍ଡି ଷ୍ଟ୍ରାଇପ୍, ରୟାଲ୍ ଲେମନ, ରୁବୁନ୍ ୱାଲ୍ଡ, ହଳଦିଆ ବେଲଫ୍ଲୋୟାର, ଜୁନାଲୁସ୍କା, ଏବଂ ନାଇଟ୍ ଡ୍ରପର୍ ଅନ୍ତର୍ଭୁକ୍ତ ।
ଏହି ବଗିଚା ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଉଦ୍ଭିଦ ଗବେଷକମାନେ ଆସିଥାନ୍ତି । ଏଥିସହିତ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ବଗିଚା ବୁଲି ଦେଖିବା ପାଇଁ ଭୁଲନ୍ତି ନାହିଁ । ଲୋକଙ୍କ ଜାଣିବା ପାଇଁ ଟମ୍ ଏଠାରେ ପ୍ରତ୍ୟେକ ସେଓ ବିଷୟରେ ବିସ୍ତୃତ ଭାବରେ ତଥ୍ୟ ପ୍ରଦର୍ଶନ କରିଛନ୍ତି । ଏଥିମଧ୍ୟରୁ କିଛି ସେଓର ନାମ ଲୋକଙ୍କ ନାମରେ ନାମିତ ମଧ୍ୟ କରିଛନ୍ତି ।
ଟମ ବ୍ରାଉନ୍ କହିଛନ୍ତି ଯେ, ତାଙ୍କ ଘର ବଗିଚାରେ ସାତୋଟି ସେଓ ଗଛ ରହିଥିଲା । ଦିନେ ସେ ତାଙ୍କ ମା’ଙ୍କୁ ସେଓ ଗଛ ସମ୍ପର୍କରେ ପଚାରିଥିଲେ । ହେଲେ ସେ ବିଷୟରେ ତାଙ୍କ ମାଆ କିଛିି ଜାଣି ନ ଥିଲେ । ଏହା ପରେ, ଦିନେ ସେ ନିଜ ପତ୍ନୀଙ୍କ ସହ କୃଷକ ବଜାରକୁ ଯାଇଥିବା ସମୟରେ ସେଠାରେ ଜଣେ ବ୍ୟକ୍ତି ସେଓ ବିକ୍ରି କରଥିବା ତାଙ୍କ ନଜରକୁ ଆସିଥିଲା । ସେ ଲୋକଠାରୁ ବିଭିନ୍ନ ପ୍ରକାରର ସେଓ ବିଷୟରେ ପଚାରି ବୁଝିଥିଲେ । ସେହିଦିନଠାରୁ ତାଙ୍କର ସେଓ ପ୍ରତି ଆଗ୍ରହ ବଢିଲା । ଯଦି ଗୋଟିଏ ସ୍ଥାନରେ ବିଭିନ୍ନ କିସମର ସେଓ ରହିବ ଲୋକେ ଏହାକୁ ଦେଖି ଖୁସି ହେବା ସହ ବିଭିନ୍ନ ତଥ୍ୟ ପାଇପାରିବେ । ଏହା ଭାବି ସେ ସେଓ ସଂଗ୍ରହ କରିବାକୁ ଲାଗିପଡ଼ିଲେ ।
ଟମ୍ କୁହନ୍ତି, ପ୍ରଥମେ ସେ ଘର ଘର ବୁଲି ବିଭିନ୍ନ କିସମର ସେଓ ସଂଗ୍ରହ କରୁଥିଲେ । ପରେ ଏ ବାବଦରେ ବିଜ୍ଞାପନ ଦେବା ପାଇଁ ମନସ୍ଥ କଲେ । କିନ୍ତୁ କୌଣସି ଖବରକାଗଜ ସଂସ୍ଥା ଏହି ବିଜ୍ଞାପନକୁ ଛାପିବା ପାଇଁ ଆଗ୍ରହୀ ହେଲେ ନାହିଁ । ଅନେକ ଅନୁରୋଧ ପରେ ଏକ ଖବରକାଗଜ ସଂସ୍ଥା ଏହି ବିଜ୍ଞାପନ ଛାପିବା ପାଇଁ ରାଜି ହେଲେ । ମୋର ଏପରି କାର୍ଯ୍ୟ ଦେଖି ଅନେକ ପରିହାସ ମଧ୍ୟ କରିବା ଆରମ୍ଭ କରିଦେଇଥିଲେ । ହେଲେ ମୋର ଲକ୍ଷ୍ୟ ଥିଲା ବିଭିନ୍ନ କିସମର ସେଓ ସଂଗ୍ରହ କରିବା । ଧୀରେ ଧୀରେ ଲୋକେ ମୋର ଉଦ୍ଦେଶ୍ୟ ଜାଣିବା ସହ ମୋତେ ଯୋଗାଯୋଗ କରିବା ମଧ୍ୟ ଆରମ୍ଭ କଲେ । ଖୁସିର କଥା ହେଲା ଟମ୍ଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି ।
BREAKING NEWS
- ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର
- ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ
- ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍
- ୮ ମାସରେ ସର୍ବୋଚ୍ଚ ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟରେ ଛୁଇଁଲା ୪.୮%
- Foreigners bypass immigration:ବିମାନବନ୍ଦରରେ ବଡ଼ ଧରଣର ତ୍ରୁଟି;ଇମିଗ୍ରେସନ୍ ପ୍ରକ୍ରିୟାକୁ ଏଡ଼ାଇ ଯାତ୍ରା କଲେ ୩ ଇଟାଲୀୟ ଯାତ୍ରୀ,ମନ୍ତ୍ରଣାଳୟ ଜବାବ ମାଗିଲା
- ଗଣେଶ ପୂଜାରେ ଅଘଟଣା: ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା
- I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ
- ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
- ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ
- ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ

Comments are closed.