Latest Odisha News

BREAKING NEWS

ସୂର୍ଯ୍ୟକୁମାର ହେଲେ ଆଇସିସି ଟି୨୦ ପ୍ଳେୟାର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ୩୧ଟି ଟି୨୦ ମ୍ୟାଚ ଖେଳି ୪୬.୫୬ ଆଭରେଜରେ ୧୧୬୪ ରନ କରିଥିଲେ । ସେ ୧୮୭.୪୩ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିବା ସହ ସୂର୍ଯ୍ୟକୁମାର ୨ ଶତକ ଏବଂ ୯ଟି ଅର୍ଦ୍ଧଶତକ ମାରିଥିଲେ । ବର୍ଷକ ମଧ୍ୟରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ସୂର୍ଯ୍ୟକୁମାର ତାଙ୍କ ନାମରେ କରିଛନ୍ତି । ଅଷ୍ଟ୍ରେଲିଆର ତାହିଲା ମ୍ୟାକଗ୍ରା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।

ପୂର୍ବରୁ ଦିନିକିଆ କ୍ରିକେଟରେ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ୩ଟି ଲେଖାଁଏ ଏବଂ ରୋହିତ ଶର୍ମା ଥରେ ବର୍ଷର ଶ୍ରେଷ୍ଠ କ୍ରିକେଟର ହୋଇଛନ୍ତି । ସେହିପରି ଟେଷ୍ଟରେ ଗୌତମ ଗମ୍ଭୀର, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହ୍ୱାଗ, ରବିଚନ୍ଦ୍ରନ ଅଶ୍ୱୀନ ଓ ବିରାଟ କୋହଲି ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

Leave A Reply

Your email address will not be published.