Latest Odisha News

BREAKING NEWS

ଇଓଏନ୍ ମୋର୍ଗାନ୍ ଓ ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଉପଲବ୍ଧ ହେବେ: ଦଳୀୟ ଅଧିକାରୀ

ୟୁଏଇ: ଆଇପିଏଲ୍ ୨୦୨୦ ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଦଳୀୟ ମ୍ୟାଚ ରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଉଭୟ ଉପଲବ୍ଧ ହେବେ ବୋଲି ଜଣାପଡିଛି ।

ଭେଙ୍କି ମାଇସୋର ESPNCricinfo.com କୁ କହିଛନ୍ତି ଯେ ନାଇଟ୍ ରାଇଡର୍ସ ଆବୁଧାବିରେ ଛଅ ଦିନିଆ କ୍ବାରାଣ୍ଟିନ ରେ ରହିବେ ।  ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୧୬ ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ODI ସିରିଜ୍ ଶେଷ ହେବ ।

ସେପ୍ଟେମ୍ବର ୧୬ରେ ଉଭୟ ଖେଳାଳି ଆବୁଧାବି ରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି କିନ୍ତୁ କେକେଆର ର ପ୍ରଥମ ଖେଳ ସେପ୍ଟେମ୍ବର ୨୩ ରେ ଅଛି, ଯେଉଁ ସମୟ ପର୍ଯ୍ୟନ୍ତ ସେମାନଙ୍କର ଛଅ ଦିନିଆ କ୍ବାରାଣ୍ଟିନ ଶେଷ ହୋଇଯିବ ବୋଲି କହିଛନ୍ତି ଦଳୀୟ ଅଧିକାରୀ ।

ଏହାକୁ ନେଇ ଦଳୀୟ ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ଖୁସି ର ଲହର ଖେଳିଯାଇଛି । ଏ ବର୍ଷ ୟୁଏଇରେ ଆଇପିଏଲ୍ ଅନୁଷ୍ଠିତ ହେଉଛି କାରଣ ଭାରତରେ କରୋନାଭାଇରସ୍ କେସ୍ ହାର ଅଧିକ, ଯାହା ଆମେରିକା ପଛରେ ଦ୍ୱିତୀୟ ଖରାପ ଦେଶ ଅଟେ।

Leave A Reply

Your email address will not be published.