Latest Odisha News

BREAKING NEWS

ଚାକିରି ଦେବା ନାଁରେ ୧.୪୭ କୋଟି ଟଙ୍କାର ଠକେଇ, ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚ ଶାଖାର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଶନିବାର ଜଣେ ଠକକୁ ଗିରଫ କରିଛି।ବାଲେଶ୍ବର ଜିଲ୍ଲା ଚନ୍ଦନଶ୍ୱର ଅଞ୍ଚଳରୁ ଗିରଫ ହୋଇଛି ଠକ ଜୟନ୍ତ ମହାନ୍ତି। ଯିଏକି ଅନ୍ୟକୁ ଠକି ରୋଜଗାର କରିବାର ଉଦ୍ଦେଶ୍ୟ ରଖିଥିଲା। ଚାକିରୀ କରାଇଦେବା ନାଁରେ ସମ୍ପୃକ୍ତ ଥିବା ଏହି ଠକ ୧.୪୭ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଥିଲା।

୨୦୧୩ରେ ପୁଲିସି ଚାକିରି କରାଇ ଦେବାକୁ କହି ଅନେକ ଆଶାୟୀଙ୍କୁ ଠକେଇ କରି ବେଆଇନ୍ ଭାବରେ ୧.୪୭ କୋଟି ଟଙ୍କା ଆୟ କରିଥିଲା ଜୟନ୍ତ ମହାନ୍ତି ଏବଂ ଅନ୍ୟ ଦୁଇ ସଦସ୍ୟ ବୈକୁଣ୍ଠ ନାଥ ନାୟକ ଏବଂ ଭୀମସେନ ମହାରଣା। ଜୟନ୍ତଙ୍କୁ ଛାଡିଦେଲେ ପୂର୍ବରୁ ବୈକୁଣ୍ଠ ଓ ଭୀମସେନ ଗିରଫ ହୋଇସାରିଛନ୍ତି।

ଅଭିଯୁକ୍ତ ଜୟନ୍ତ ଠକେଇ କରିବା ପରେ ପୋଲିସ ଗିରଫଦାରୀକୁ ଏଡାଇବା ପାଇଁ ରାଜ୍ୟ ଛାଡି ପଳାଇଥିଲା। ବହୁ ଦିନ ଧରି ଏ ନେଇ ଖୋଳତାଡ କରିବା ପରେ ତାଙ୍କୁ ଗୁଇନ୍ଦା ଇନପୁଟ୍ ଆଧାରରେ ଗିରଫ କରାଯାଇଛି ବୋଲି ଊକ୍ସଘ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କମ୍ବାଇନ ପୁଲିସ ସର୍ଭିସ ପରୀକ୍ଷା ନାଁରେ ଏହି ଠକେଇ ହୋଇଥିଲା। ହେଲେ ଚୂଡ଼ାନ୍ତ ତାଲିକାରେ ପଇସା ଦେଇ ଚାକିରି କରିବାକୁ ଇଚ୍ଛୁକ ରଖିଥିବା ଆଶାୟୀ ତାଙ୍କ ନାମ ଚୂଡାନ୍ତ ତାଲିକାରେ ପ୍ରକାଶ ନପାଇବା ପରେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ। ପରେ ଥାନାର ଦ୍ବାରସ୍ଥ ହୋଇଥିଲେ।

Comments are closed.