ଭୁବନେଶ୍ୱର: ଦୀପାବଳିରେ କର୍ମଚାରୀଙ୍କ ଆସୁଛି ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ତାର ନୂତନ ଡିଜିଟାଲ୍ ପ୍ଲାଟଫର୍ମ EPFO 3.0 କୁ ପ୍ରଚଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା କେବଳ ପିଏଫ୍ (ପ୍ରୋଭିଡେଣ୍ଟ୍ ଫଣ୍ଡ୍) ଉଠାଇବାକୁ ସହଜ କରିବ ନାହିଁ, ବରଂ ସାଧାରଣ ବ୍ୟାଙ୍କିଂ ପରି ଏହାକୁ ଆଧୁନିକ ଜୀବନରେ ସଂଯୋଜନ କରିବ। କିନ୍ତୁ ଏହି ବଡ଼ ପରିବର୍ତ୍ତନରେ ସାଇବର୍ ସୁରକ୍ଷା ଓ ଡାଟା ଲିଙ୍କ୍ ଜୋରଦାର ଚର୍ଚ୍ଚାରେ ଆସିଛି। ମନି କଣ୍ଟ୍ରୋଲ୍ ରିପୋର୍ଟ୍ ଅନୁଯାୟୀ, ଅକ୍ଟୋବର ୧୦-୧୧ ତାରିଖରେ ଶ୍ରମ୍ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ହେବ।
ପୂର୍ବରୁ ପିଏଫ୍ ଉଠାଇବା ଥିଲା ଏକ ଦୀର୍ଘ ଓ ଜଟିଳ ପ୍ରକ୍ରିୟା – ଅନଲାଇନ୍ ଫର୍ମ୍, ଡକ୍ୟୁମେଣ୍ଟ୍ ଦାଖଲ ଓ କାର୍ଯ୍ୟାଳୟ ଚକ୍କର। ଏବେ EPFO 3.0 ସହିତ ଏହା ପରିବର୍ତ୍ତନ ପାଇବ। ଆପଣ ଯେପରି UPI ଆପ୍ (ଯଥା PhonePe, Google Pay) ମାଧ୍ୟମରେ ପେ କରନ୍ତି, ସେହିପରି ଆପଣଙ୍କ ପିଏଫ୍ ଆକାଉଣ୍ଟ୍ରୁ ସିଧାସଳଖ ଟଙ୍କା ଉଠାଇପାରିବେ। କିମ୍ବା ନିକଟସ୍ଥ ATMରେ କାର୍ଡ୍ ସ୍ୱାଇପ୍ କରି ପିଏଫ୍ ବ୍ୟାଲାନ୍ସ୍ ଯାଞ୍ଚ୍ କରି ଉଠାଇ ପାରିବେ। ଏହାର ଅର୍ଥ ହେଉଛି, ୮ କୋଟିରୁ ଅଧିକ EPF ସଦସ୍ୟଙ୍କ ପାଇଁ ପିଏଫ୍ ଅଧିକାରୀଙ୍କ ଅଫିସ୍ ଯିବାର ଦରକାର ଆବଶ୍ୟକ ପଡ଼ିବନି । ସବୁକିଛି ମୋବାଇଲରେ….
ଏହା କେବଳ ଟଙ୍କା ଉଠାଇବାକୁ ସହଜ କରୁନାହିଁ, ବରଂ ପିଏଫ୍ ଆକାଉଣ୍ଟ୍କୁ ଦୈନିକ ବ୍ୟାଙ୍କିଂ ପରି ବ୍ୟବହାରୀଯୋଗ୍ୟ କରୁଛି। ଉଦାହରଣ ସ୍ୱରୂପ, ଗ୍ରାମାଞ୍ଚଳରୁ ସହରକୁ କାମ ପାଇଁ ଆସିଥିବା କର୍ମଚାରୀମାନେ, ଯେଉଁମାନେ ପ୍ରତ୍ୟେକ ମାସରେ ଦୁଃଖରେ ପିଏଫ୍ ବ୍ୟାଲାନ୍ସ୍ ଯାଞ୍ଚ୍ କରନ୍ତି, ଏବେ ATMରେ ସ୍ୱୟଂକ୍ରିୟ ଯାଞ୍ଚ୍ କରି ନିର୍ଭରଯୋଗ୍ୟ ଭାବରେ ଟଙ୍କା ଉଠାଇପାରିବେ। ଏହା ମଜୁର ଶ୍ରମିକଙ୍କ ପାଇଁ ଏକ ବଡ଼ ରାହତ୍, କାରଣ ସେମାନେ ଅଧିକାଂଶ ସମୟରେ ଅନଲାଇନ୍ ପ୍ରୋସେସ୍ରେ ଅନଭିଜ୍ଞ। ପ୍ରତ୍ୟେକ ମାସରେ ଦରମାରୁ ଜମା ହେଉଥିବା ରାଶି, କ୍ଲେମ୍ ଷ୍ଟାଟସ୍ ଓ ଆକାଉଣ୍ଟ୍ରେ ତ୍ରୁଟି (ଯଥା ନାମ ଭୁଲ୍ କିମ୍ବା ବ୍ୟାଙ୍କ ଲିଙ୍କ୍) ସଂଶୋଧନ – ସବୁକିଛି ଏକ ଆପ୍ରେ ଉପଲବ୍ଧ ହେବ।
Comments are closed.