Latest Odisha News

BREAKING NEWS

ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

ନୂଆଦିଲ୍ଲୀ : ଦେଶର ୬ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର । ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି । ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି । ଶ୍ରୀନଗରରେ ଆୟୋଜିତ ବୈଠକରେ ଏନେଇ ଘୋଷଣା କରାଯାଇଛି ।

ଇପିଏଫ ସୁଧହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୯-୨୦ ବର୍ଷରେ ମଧ୍ୟ ଏହି ଦର ଧାର୍ଯ୍ୟ କରାଯାଇଥିଲା । ଗତ ୭ ବର୍ଷରେ ୨୦୧୯-୨୦ ସୁଧହାର ସର୍ବନିମ୍ନ ରହିଥିଲା । ୨୦୧୮-୧୯ ଆର୍ଥକ ବର୍ଷରେ ଏହା ୮.୬୫ % ରହିଥିଲା । ୧୯୫୨ରେ ପ୍ରଥମେ ୩ ପ୍ରତିଶତ ସୁଧହାରରୁ ଇପିଏଫ ଆରମ୍ଭ ହୋଇଥିଲା । ତେବେ ଏହି ସୁଧହାର କମାଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।

Leave A Reply

Your email address will not be published.