Latest Odisha News

BREAKING NEWS

ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିକାଣ୍ଡରେ ଫସିଛନ୍ତି ହାତୀ, ଶୁଭୁଛି ଚିତ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଲାଗିଛି ନିଆଁ । ନିଆଁରେ ଫସି ଚିତ୍କାର କରୁଛନ୍ତି ହାତୀ । ଯେଉଁଥିପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

ଅଗ୍ନିକାଣ୍ଡରେ ଦୁଇ ତିନୋଟି ହାତୀ ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ସେକ୍ସନର ବୁଢ଼ୀ ରଗଡିରେ ଏହି ନିଆଁ ଲାଗିଛି । ନିଆଁ ସମ୍ପୂର୍ଣ ଜଙ୍ଗଲକୁ ବ୍ୟାପୁଥିବା ଜଣାପଡିଛି ।

ସ୍ଥାନୀୟ ଲୋକମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଜଙ୍ଗଲରୁ ଦୁଇ ତିନୋଟି ହାତୀ ବିକଟାଳ ଚିତ୍କାର କରୁଥିବାରୁ ନିଆଁ ଲିଭାଇବା ଛାଡି ଲୋକମାନେ ପଳାଇ ଆସିଛନ୍ତି । ତେବେ ବନବିଭାଗ ପକ୍ଷରୁ କେହି ପହଞ୍ଚିନଥିବା ଜଣାପଡିଛି । 

Leave A Reply

Your email address will not be published.