ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏକ ଐତିହାସିକ ଘୋଷଣା କରିଛି । ଆଗକୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଂଟରେ ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ସମାନ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ । ଆଗାମୀ ଟି୨୦ ବିଶ୍ୱକପରୁ ଏହାର ଆରମ୍ଭ ହୋଇପାରେ । ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ମଧ୍ୟ ଆଇସିସିର ଏହି ନିଷ୍ପତି ସ୍ୱାଗତ କରିଛନ୍ତି । ଦୀର୍ଘ ଦିନ ଧରି ହେବ ସମାନ ପୁରସ୍କାର ରାଶି ପ୍ରଦାନ ନେଇ ଆଲୋଚନା ହେଉଥିଲା । ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଆଇସିସି ବାର୍ଷିକ ସମ୍ମିଳନୀରେ ଏହା ସପକ୍ଷରେ ନିଷ୍ପତି ନିଆ ଯାଇଥିଲା । ଆଇସିସି ଚେୟାରମ୍ୟାନ ଗ୍ରେଗ ୱାର୍କଲ ଏହା ଘୋଷଣା କରିଥିଲେ ।
୨୦୧୭ ପରଠାରୁ ମହିଳାଙ୍କ ପାଇଁ ସମାନ ପୁରସ୍କାର ରାଶି ନେଇ ଆମେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ । ଏବେ ଏହା କାର୍ଯ୍ୟକାରୀ ହୋଇଥିବାରୁ ଆମ ପାଇଁ ଏହା ଏକ ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି । ଟି୨୦ ବିଶ୍ୱକପଠାରୁ ଆରମ୍ଭ କରି ୧୯ ବର୍ଷରୁ କମ କ୍ରିକେଟରେ ମଧ୍ୟ ଏହା ଲାଗୁ କରାଯିବ ବୋଲି ଗ୍ରେଗ କହିଛନ୍ତି । ଆନ୍ତର୍ଜାତୀୟସ୍ତରର ମହିଳା କ୍ରିକେଟରମାନେ ଆଇସିିସିର ନିଷ୍ପତିକୁ ସ୍ୱାଗତ କରିଛନ୍ତି ।
Comments are closed.