Latest Odisha News

BREAKING NEWS

ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ, ବିବାହ ବେଦିରୁ ଫାଇନାଲ ମ୍ୟାଚ ଦେଖିବାକୁ ଧାଇଁଲେ

ଥିରୁଅନନ୍ଦପୁରମ: ଫିଫା ୱାର୍ଲଡ କପ ନିଶା ଏବେ ବି ଉତୁରନି ଫ୍ୟାନ୍ସ ମନରୁ । ନିଜ ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି  ପାଗଳ ଫୁଟବଲପ୍ରେମୀ । ଏମିତି ଏକ ଫୁଟବଲ ପ୍ରେମୀ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଫଟୋ କେରଳର ବୋଲି କହୁଯାଉଛି । ଏହି ଫୁଟବଲ ପ୍ରେମୀ  ବିବାହ କରୁଥିବାର ଫଟୋ ସାମ୍ନାକୁ ଆସିଛି । ସେମାନେ ବିବାହ କରୁଛନ୍ତି । କିନ୍ତୁ ପିନ୍ଧିଛନ୍ତି ମେସି ଏବଂ ଏମ୍ବାପ୍ପେଙ୍କ ଜର୍ସି । ବିବାହ ସମୟରେ ଏହି ଜର୍ସି ପିନ୍ଧି ଉଭୟ ଫାଇନାଲ ମ୍ୟାଚର ମଜା ବି ନେଇଥିଲେ ।

କେରଳ ଲୋକମାନେ ଫୁଟବଲ ପ୍ରେମୀ । ସେମାନଙ୍କ ପାଗଳପନର ଭିନ୍ନ ଭିନ୍ନ ଅନ୍ଦାଜ ସୋସିଆଲ ମିଡିଆଳରେ ଦେଖିବାକୁ ମିଳିଥାଏ । ମେସି ଏଠିକା ଲୋକଙ୍କ ହୃଦୟ୍ରରେ ବସିଛନ୍ତି । କ୍ରିକେଟ ପ୍ରେମ ପାଇଁ ବି ଦକ୍ଷିଣ ଭାରତ  ଲୋକଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ କେରଳର ଏହି ନବଦମ୍ପତି ଯାହା କରିଛନ୍ତି ତାହା  ଏ ସବୁକୁ ଟପି ଯାଇଛି ।

କେରଳର ସଚିନ ଏବଂ ଆର ଅଥିରା ଦୁହେଁ  ଫୁଟବଲ ପ୍ରେମୀ । ବିବାହ ଦିନ ଏହି ଫୁଟବଲରୁ ହିଁ ତାଙ୍କର ଦାମ୍ପତ୍ୟ ଜୀବନର  ଯାତ୍ରା ଆରମ୍ଭ କରିବେ ବୋଲି ଭାବିଥିଲେ । ତେଣୁ ଫିଫା ୱାର୍ଲଡ କପ ଫାଇନାଲ ମ୍ୟାଚ ଦିନ ସେମାନଙ୍କର ବିବାହ ବି ହୋଇଥିଲା । ସେଥିପାଇଁ ସେମାନେ ନିଜ ପସନ୍ଦର ଖେଳାଳୀଙ୍କ ଜର୍ସି ପିନ୍ଧିଥିଲେ । ସେତିକି ନୁହେଁ, ଯେମିତି ବିବାହ ଶେଷ ହୋଇଛି, ଉଭୟେ ମ୍ୟାଚ ଦେଖିବାକୁ ଦୌଡି ପଳାଇ ଥିଲେ । ଏହି ନିଆାରା ଫୁଟବଲ ଲଭର୍ସଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଭାଇରାଲ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି, ବଧୂ ଏମ୍ବାପ୍ପେ ଏବଂ ବର ମେସିର ଜର୍ସି ପିନ୍ଧି ବିବାହ ମଣ୍ଡପରେ ବସିଛନ୍ତି ।

ଟୁଇଟରରେ ଏହି ଫଟୋ @amitabhk87  ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ହଜାର ହଜାର ଭ୍ୟୁଜ ମିଳିବା ସହ ମଜାଦାର କମେଣ୍ଟ ମଧ୍ୟ ମିଳିଛି ।

Leave A Reply

Your email address will not be published.