Latest Odisha News

ବ୍ରିଟେନ ନୋଟରେ ଏଥର କିଙ୍ଗ ଚାର୍ଲସଙ୍କ ଫଟୋ ରହିବ

ଲଣ୍ଡନ: ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଏବେ ବ୍ରିଟେନ ନୋଟରେ କିଙ୍ଗ ଚାର୍ଲସଙ୍କ ଫଟୋ ରହିବ । ବ୍ରିଟେନ ସେଂଟ୍ରାଲ ବ୍ୟାଙ୍କ ଏ ନେଇ ଚାର୍ଲସଙ୍କ ଫଟୋ ଥିବା ନୂତନ ନୋଟର ଡିଜାଇନ ଜାରୀ କରିଛି । ସେପ୍ଟମ୍ବରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଚାର୍ଲସଙ୍କୁ ରାଜା କରାଯାଇଥିଲା । ବ୍ୟାଙ୍କ ଏହା ପରେ ରାଜାଙ୍କ ସହ ଆଲୋଚନା କରିଥିଲେ । ଏହାର ଜବାବରେ କୁହାଯାଇଥିଲା ମାର୍କେଟର ଆବଶ୍ୟକତା ଅନୁସାରେ ଅଳ୍ପ ନୋଟ ଛପାଯାଉ । ବିଶେଷ କରି ଚିରା ଫଟା ନୋଟ ବଦଳରେ ଏହାକୁ ଛାପିଲେ ସବୁ ଦୃଷ୍ଟିକୋଣରୁ ଉପଯୁକ୍ତ ହେବ ।

ତେବେ ରାଣୀଙ୍କ ଫଟୋ ଟଙ୍କା ଏବଂ ମୁଦ୍ରା ପୂର୍ବ ଭଳି ଚଳିବ । ଏହାର ମାନ୍ୟତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୨୦୨୪ ଆରମ୍ଭରେ ନୂତନ ନୋଟର ସର୍କୁଲେଶନ ଆରମ୍ଭ ହେବ । ଚାର୍ଲସଙ୍କ ୧୦ ବର୍ଷ ତଳର ପୁରୁଣା ଫଟୋ ଏଥିରେ ସ୍ଥାନ ପାଇବ । ନୂତନ ଡିଜାଇନ ଓ ଫଟୋକୁ ମହାରାଜା ଚାର୍ଲସ ଛାପିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.