Latest Odisha News

BREAKING NEWS

୧୬ ଭାରତୀୟ ଔଷଧ କମ୍ପାନୀ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ନେପାଳ ?

ନୂଆଦିଲ୍ଲୀ: ଭାରତର ୧୬ଟି ଔଷଧ କମ୍ପାନୀ ଉପରେ ପଡ଼ୋଶୀ ନେପାଳ ପ୍ରତିବନ୍ଧକ ଲଗାଇଛି । କଟକଣା ଯୋଗୁ ୧୬ଟି କମ୍ପାନୀ ନେପାଳକୁ ଔଷଧ ରପ୍ତାନୀ କରି ପାରିବେ ନାହିଁ । ଭାରତୀୟ କଫ୍ ସିରପ ପାଇଁ ଆଫ୍ରିକାରେ ଶିଶୁ ମୃତ୍ୟୁ ପରେ ଡବ୍ଲୁଏଚଓ ଚେତାବନୀ ଜାରି କରିଥିଲା । ଡବ୍ଲୁଏଚଓର ଆଲର୍ଟ ପରେ ନେପାଳ ୧୬ ଗୋଟି ଭାରତୀୟ ଔଷଧ କମ୍ପାନୀର ରପ୍ତାନୀ ବ୍ୟାନ କରିଛି ।

ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀ ସହ ୧୬ଟି ଭାରତୀୟ ଔଷଧ କମ୍ପାନୀକୁ ନେପାଳ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ପ୍ରତିବନ୍ଧିତ କରିଛି । ଏହି ତାଲିକାରେ ରେଡିୟଣ୍ଟ ପ୍ୟାରେଣ୍ଟେଲ୍ସ ଲିମିଟେଡ୍, ମରକରି ଲ୍ୟାବ୍ରୋଟରିଜ୍ ଲିମିଟେଡ୍, ଏଲାୟନ୍ସ ବାୟୋଟେକ୍, କ୍ୟାପଟ୍ୟାବ ବାୟୋଟେକ୍, ଅଗ୍ଲୋମେଡ ଲିମିଟେଡ୍, ଜୀ ଲ୍ୟାବ୍ରୋଟରିଜ୍, ଜିଏଲଏସ୍ ଫାର୍ମା ଲିମିଟେଡ୍ ଆଦି ରହିଛନ୍ତି ।

କ୍ୟାଡିଲ୍ ହେଲଥକେୟାର, ଡାୟଲ ଫାର୍ମାସ୍ୟୁଟିକାଲ୍, ଅଗ୍ଲୋମେଡ ଲିମିଟେଡ୍ ଓ ମ୍ୟାକୁର ଲ୍ୟାବ୍ରୋଟରିଜ୍ ଲିମିଟେଡ୍ ଭଳି ବଡ଼ ଔଷଧ କମ୍ପାନୀ ଉପରେ ନେପାଳ ପ୍ରତିବନ୍ଧକ ଲଗାଇଛି । ଏସବୁ କମ୍ପାନୀ ଗୁଡ଼ିକ ଡବ୍ଲୁଏଚ୍ଓର ମାନଦଣ୍ଡ ପାଳନରେ ବିଫଳ ପରେ ନେପାଳ ପ୍ରତିବନ୍ଧିତ କରିଥିବା କୁହା ଯାଉଛି ।

ଏପ୍ରିଲ ଓ ଜୁଲାଇ ମାସରେ ନେପାଳ ସରକାର ଔଷଧ ନିରୀକ୍ଷଣ ଲାଗି ଏକ ଟିମକୁ ଭାରତ ପଠାଇଥିଲା । ଉକ୍ତ ଟିମ୍ ନେପାଳକୁ ଔଷଧ ରପ୍ତାନୀ ପାଇଁ ଆବେଦନ କରିଥିବା ଔଷଧ ପ୍ରସ୍ତୁତକାରୀ କମ୍ପାନୀର ୟୁନିଟ୍ ବୁଲି ଦେଖିଥିଲେ । କମିଟି ରିପୋର୍ଟ ଓ ଡବ୍ଲୁଏଚଓ ପକ୍ଷରୁ ଜାରି ମାନଦଣ୍ଡ ଆଧରରେ ନେପାଳ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.