Latest Odisha News

BREAKING NEWS

ଏରିକ ଗାରସେଟ୍ଟି ହେବେ ଭାରତରେ ଆମେରିକା ରାଷ୍ଟ୍ରଦୂତ; ଦୁଇ ବର୍ଷ ପରେ ପୂରଣ ହେଲା ପଦବି

ୱାଶିଂଟନ ଡିସି: ଦୀର୍ଘ ଦୁଇ ବର୍ଷ ହେଲା ଭାରତରେ ଫାଙ୍କା ପଡ଼ିଥିବା ଆମେରିକା ରାଷ୍ଟ୍ରଦୂତ ଆସନ ଏବେ ପୂରଣ ହେବାକୁ ଯାଉଛି। ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନଥିବାରୁ କୌଣସି ଦ୍ୱିପାଖିକ ଆଲୋଚନା ବେଳେ ସମସ୍ୟା ସୃଷ୍ଟି ହେଉଥିଲା। ହେଲେ ଏବେ ଆମେରିକା ସଂସଦ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିକଟତର ଏରିକ୍ ଗାରସେଟ୍ଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ପାଇଁ ବାଛିଛି।

୫୨ ବର୍ଷୀୟ ଏରିକ ଏବେ ଭାରତରେ ଆମେରିକା ରାଷ୍ଟ୍ରଦୂତ ହେବେ। ଗାରସେଟ୍ଟି ଭାରତରେ ରାଷ୍ଟ୍ରଦୂତ ହୁଅନ୍ତୁ ବୋଲି ସଂସଦରେ ତାଙ୍କ ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା। ପୂର୍ବତନ ଲସ୍ ଆଞ୍ଜଲେସ ମେୟର ଗାରସେଟ୍ଟି ଭାରତର ରାଷ୍ଟ୍ରଦୂତ ହେବା ନେଇ ଜୁଲାଇ ୨୦୨୧ ନାମାଙ୍କିତ ହୋଇଥିଲେ। ବାଇଡେନ୍‌ ତାଙ୍କୁ ଏହି ପଦ ପାଇଁ ବାଛିଥିଲେ। ପାଖାପାଖି ଦୁଇ ବର୍ଷ ହେବ ତାଙ୍କ ନାମାନଙ୍କନ ଅଟକି ରହିବା ପରେ ଶେଷରେ ଆମେରିକା ସଂସଦରେ ତାଙ୍କ ସମର୍ଥନରେ ଭୋଟ ପଡ଼ିଛି।

ଜୋ ବାଇଡେନ୍‌ଙ୍କ ବିଚାରରେ ଆମେରିକା ଭାରତ ସହ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କ ରହିଛି। ଆଉ ଗାରସେଟ୍ଟି ହିଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସମ୍ଭାଳିପାରବେ। ତେଣୁ ତାଙ୍କୁ ଭାରତରେ ଆମେରିକା ରାଷ୍ଟ୍ରଦୂତ ଭାବେ ବଚ୍ଛାଯାଇଛି ବୋଲି ଆମେରିକା ପ୍ରିନ୍ସିପାଲ୍ ଡେପୁଟି ପ୍ରେସ ସେକ୍ରେଟାରୀ ଓଲିଭିଆ ଡାଲଟନ କହିଛନ୍ତି।

 

Leave A Reply

Your email address will not be published.