Latest Odisha News

BREAKING NEWS

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି ବୃଦ୍ଧା ଚେନିଆ  । ଦିନ ଗଡି ଯାଉଛି କିନ୍ତୁ ଲୁହ ଶୁଖୁନି, ଭଙ୍ଗା ଚାଳ ଛପର ଘରେ ସ୍ୱାମୀ ଓ ପୁଅର ଫୋଟୋକୁ ଦେଖି ଅlଖି ଛଳ ଛଳ ହେଇଯାଉଛି ତାଙ୍କର ।ଅକୁହା କୋହ ରେ ଫାଟି ପଡୁଛି ତାଙ୍କ ହୃଦୟ  ।

ଦେହରୁ ବଳ ବୟସ କମି ଯାଇଥିଲେ ବି ଭୋକ ବିକଳରେ ମୂଲ ଲାଗି ଜୀବନ ଜାପାନ କରୁଛନ୍ତି ଚେନିଆ  । ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ଛକନା ଗ୍ରାମ ର ଷାଠିଏ ବର୍ଷୀୟା ବୃଦ୍ଧା ଚେନିଆ ମଲ୍ଲିକଙ୍କ ଦୁଃଖ ଶୁଣିଲେ ଛାତି ଫାଟି ଯିବ । ଅଠର ମାସ ତଳେ ସ୍ୱାମୀ ଛାଡ଼ି ଚାଲିଯାଇଥିଲେ ଆରପାରିକୁ । ସ୍ୱାମୀକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ଏତିକିରେ ଦୁଃଖ ସରିଲାନି ଯେ ପୁଣି ଆଉ ଏକ ଶକ୍ତ ଆଘାତ ଲାଗିଲା ବୃଦ୍ଧା ଚେନିଆ ମଲ୍ଲିକଙ୍କୁ । କିଛି ଦିନ ତଳେ ମଝିଆଁ ପୁଅ ଗଣେଶ ମଲିକ ୨୨ବର୍ଷ ବୟସ ରେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ ବରଣ କରିଛି । ବଡ଼ ପୁଅ ବୋହୁ ତାଙ୍କ ନିଜ ସଂସାରକୁ ଦେଖୁଛନ୍ତି ସିନା ବୃଦ୍ଧା ମା’ର ଦୁଃଖକୁ ବୁଝୁନାହାନ୍ତି । ମା ଠୁ ଭିନେ ହୋଇ ଅଲଗା ରହୁଛନ୍ତି।

ପ୍ରଶାସନ ଚେନିଆଙ୍କୁ ଆବାସ ଯୋଜନା ଅନ୍ତର୍ଭୁକ୍ତ କରିନାହାନ୍ତି କି ବିଧବା ଭତ୍ତା ଦେଇନାହାନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଏହି ବିଧବା ବୃଦ୍ଧା । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କୁ ଜଣାଇବା ପରେ ଚେନିଆଙ୍କୁ ସବୁ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ ପ୍ରତିଶୃତି ଦେଇଛନ୍ତି । ତେବେ ଦୁଃଖିନୀ ଚେନିଆଁଙ୍କୁ କେବେ ସରକାରୀ ସହାୟତା ମିଳିବ ତାହା ସମୟ ସାପେକ୍ଷ  ।

Leave A Reply

Your email address will not be published.