Latest Odisha News

ଅବ୍ୟବସ୍ଥା ଘେରରେ ଏରସମା ହୋଇପାରୁନି ବର୍ଷାଜଳ ନିଷ୍କାସନ

ପାରଦୀପ : ବର୍ଷା ପାଣି ନିଷ୍କାସନ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଉଛି । ଏନେଇ ପାରଦୀପ-ଏରସମା-କୁଜଙ୍ଗ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକମାନେ । ପାରାଦୀପ ବ୍ଲକ ଜପା ପଞ୍ଚାୟତରୁ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି।

କେତେକ ଲୋକଙ୍କ ଘର କାନ୍ଥ ଭୁଷୁଡି ପଡ଼ିଛି କିନ୍ତୁ ତହସିଲଦାର ,ବିଡିଓ,କିମ୍ବା ଆରଆଇ ଘଟଣା ସ୍ଥଳକୁ ଯାଉନାହାନ୍ତି କି ପାଣି ନିଷ୍କାସନର ବ୍ୟବସ୍ଥା କରୁନାହାନ୍ତି। ଯାହାକୁ ନେଇ ଲୋକମାନେ ଜପା ପଞ୍ଚାୟତ ଅଫିସ ନିକଟରେ ଟାୟାର ଜାଳି ଶତାଧିକ ଲୋକ ଧାରଣା ଦେଇଛନ୍ତି।

ଅନ୍ୟପଟେ ଏରସମା ବ୍ଲକରେ ଚିଙ୍ଗୁଡି ମାଫିଆଙ୍କ ରାଜୁତି ଚାଲିଛି।ହଜାର ହଜାର ଚିଙ୍କୁଡି ଘେରି ଯୋଗୁଁ ସମସ୍ତ ଜଳ ପଥ ଅବରୋଧ ହୋଇ ରହିଛି।ଫଳରେ ଚଳିତ ରେକର୍ଡ ଲଘୁଚାପ ଜନୀତ ବର୍ଷା ଲୋକଙ୍କୁ ଜଳବନ୍ଦୀ କରି ରଖିଛି। କହିବାକୁ ଗଲେ ପ୍ରଶାସନିକ ଅବହେଳା ଲୋକମାନଙ୍କୁ ରାଜରାସ୍ତାକୁ ଟାଣି ଆଣିଛି।

Comments are closed.