ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ରୋମାଂଚକର ପରିସ୍ଥିତିରେ ପଂହଚିଛି । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଶ୍ରୀଲଙ୍କାର ୩ଜଣ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଈଶାନ ମାଲିଙ୍ଗା, ଦିଲଶାନ ମଧୂଶଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି । ରିପୋର୍ଟ ଅନୁସାରେ ଭିଜା ସମ୍ପର୍କୀତ ଡକ୍ୟୁମେଂଟ ପାଇଁ ସେମାନେ ଯାଇଛନ୍ତି । ଏହି କାର୍ଯ୍ୟ ସରିବା ପରେ ପୂନର୍ବାର ଆଇପିଏଲ ଖେଳିବା ପାଇଁ ଭାରତ ଆସିବେ । ଶ୍ରୀଲଙ୍କା ଟିମ ଆଇପିଏଲ ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ।
ଏଥିପାଇଁ ଆବଶ୍ୟକ ବାୟୋମେଟ୍ରିକ ପ୍ରକ୍ରିୟା ସେମାନେ ଆଗୁଆ ସାରି ଦେଇଛନ୍ତି । ଶୁକ୍ରବାର ସେମାନେ ଭାରତ ଫେରିବା ପରେ ରବିବାର ହେବାକୁ ଥିବା କୋଲକତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଉପଲବ୍ଧ ହେବେ । ହାଇଦ୍ରାବାଦ ପକ୍ଷରୁ ମାଲିଙ୍ଗା ଚଳିତ ସିଜନରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି । ସେ ୧୫ ୱିକେଟ ଅକ୍ତିଆର କରି ପର୍ପଲ କ୍ୟାପ ରେସରେ ଆଗରେ ରହିଛନ୍ତି । ହାଇଦ୍ରାବାଦ ୯ ମ୍ୟାଚରୁ ୧୨ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ସମ୍ଭାବନା ସୃଷ୍ଟି କରିଛି ।