Latest Odisha News

BREAKING NEWS

ମେ’ ୨ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ମେ‘ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏହାସହ ମଧ୍ୟମା, ଓପନ ସ୍କୁଲ୍ ପରୀକ୍ଷା ଫଳ ବି ପ୍ରକାଶ ହେବ। ମେ ୨ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ ।

Bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୌଖିକ ଭାବେ ସୂଚନା ଦିଆଯାଇନଥିଲେ ମଧ୍ୟ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛି BSE। ଅପରାହ୍ନ ୪ଟାରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ ପାଇବ। କିନ୍ତୁ ସନ୍ଧ୍ୟା ୬ଟା ପରଠାରୁ ପରୀକ୍ଷାର୍ଥୀମାନେ ୱେବସାଇଟରେ ତାଙ୍କର ଫଳାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଯେଉଁ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯିବ ସେଗୁଡ଼ିକ ଇଂରାଜୀ ସହ ଓଡ଼ିଆରେ ଲିପିବଦ୍ଧ ହେବ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଏକ ଉତ୍ସାହ ଦେଖାଦେଇଛି। ରେଜଲ୍ଟ ଦିନ ସର୍ଭର ଟିକେ ସମସ୍ୟା ଦେଖାଯାଏ। ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଥର ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

Comments are closed.