ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ୟୁରୋପୀୟ ନେତାମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଅପିଲ କରିଛନ୍ତି। ଆସନ୍ତା ୧୫ ଅଗଷ୍ଟ ୨୦୨୫ରେ ଆମେରିକାର ଆଲାସ୍କାରେ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରୁ ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ହେବାର ଆଶା କରାଯାଉଛି, କିନ୍ତୁ ଏହା ନେଇ ଚିନ୍ତା ମଧ୍ୟ ବଢ଼ୁଛି ଯେ ଏହି ଚୁକ୍ତିରେ ୟୁକ୍ରେନକୁ ନିଜର ଜମି ହରାଇବାକୁ ପଡ଼ିପାରେ।
ଋଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ଚାରି ବର୍ଷ ବିତିବାକୁ ଯାଉଛି। ପୁଟିନ ପ୍ରାୟ ୧୦ ବର୍ଷ ପରେ ଆମେରିକା ଆସି ଆଲୋଚନା କରୁଥିବାରୁ ଏହି ବୈଠକରୁ କୌଣସି ସମାଧାନ ନିକଟରେ ଆଶା କରାଯାଉଛି। କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଏହାର ଚିନ୍ତା ରହିଛି ଯେ ଆମେରିକା ତାଙ୍କ ଭାଗ୍ୟ କ’ଣ ନିଷ୍ପତ୍ତି ନେବ? ୟୁରୋପ ଓ ୟୁକ୍ରେନ ଜୋର ଦେଇ କହିଛନ୍ତି ଯେ ଯେକୌଣସି ଆଲୋଚନାରେ ୟୁକ୍ରେନକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।
ନାଟୋ ମହାସଚିବ ମାର୍କ ରୁଟେ ଏହି ବୈଠକ ସମ୍ପର୍କରେ କହିଛନ୍ତି ଯେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକ ଏକ ବଡ଼ ପରୀକ୍ଷା ହେବ। ଯଦି ଏହି ଶିଖର ବୈଠକ ସଫଳ ହୁଏ, ତେବେ ୟୁକ୍ରେନକୁ ଶାନ୍ତି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ। ସିବିଏସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ରୁଟେ କହିଛନ୍ତି ଯେ ଯେତେବେଳେ ଶାନ୍ତି ଆଲୋଚନା, ଯୁଦ୍ଧବିରତି ଏବଂ କ୍ଷେତ୍ରୀୟ ପ୍ରସଙ୍ଗ ବା ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ନେଇ ଆଲୋଚନା ହେବ, ସେତେବେଳେ ୟୁକ୍ରେନକୁ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ। ତେବେ ଶୁକ୍ରବାର ସବୁଠାରୁ ଗୁରୁତ୍ୱପୂର୍ଣ ହେଉଛି ପୁଟିନ ଏହି ପ୍ରକ୍ରିୟା ପ୍ରତି କେତେ ଗମ୍ଭୀର ତାହା ଦେଖିବା। ରବିବାର ଦିନ ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ରୁଷ ଜାପୋରିଝିଆ ଅଞ୍ଚଳରେ ହବାଇ ବୋମା ମାଡ଼ କରିଛି, ଯେଉଁଥିରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି। ଏହି ହମଲା ଆବାସିକ ଅଞ୍ଚଳ, ଏକ ବସ୍ ଷ୍ଟେସନ ଓ ଏକ କ୍ଲିନିକକୁ ଟାର୍ଗେଟ କରି କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି ଯେ ଆହତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାରକାରୀମାନେ ମାଟିଆ ଭଙ୍ଗାରୁ ବାହାର କରିଛନ୍ତି।
Comments are closed.