ମସ୍କୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧକୁ ହଜାରେ ଦିନ ପୂରଣ ହୋଇଥିବା ବେଳେ ଅଧିକ ଉଗ୍ର ହେଉଛି। ଏପରିକି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏପରିକି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ପରମାଣୁ ଆକ୍ରମଣରେ ଦେବାକୁ ଋଷ ଘୋଷଣା କରିଛି।
ତେବେ ଏହାରି ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ପରମାଣୁ ଯୁଦ୍ଧର ଭୟାବହତାକୁ ନେଇ ଏବେଠୁ ସଚେତନ ହେବାକୁ ଲାଗିଲେଣି। ନରୱେ-ଫିନଲ୍ୟାଣ୍ଡ-ଡେନମାର୍କରେ ଲୋକମାନେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏଥି ସହିତ ଋଷରେ N-Resistant ମୋବାଇଲ୍ ବଙ୍କର୍ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବରେ ୟୁରୋପୀୟ ଦେଶଗୁଡିକର ଉତ୍ତେଜନାକୁ ବଢାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଋଷ ଉପରେ ଆକ୍ରମଣ କରିବାକୁ ୟୁକ୍ରେନକୁ ଅନୁମୋଦନ ଦେଇଛନ୍ତି। ଯାହାର ଅର୍ଥ ହେଉଛି ଋଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନ ସୁପରସୋନିକ୍ ମିସାଇଲ୍ ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍ ବ୍ୟବହାର କରିବାକୁ ଅନୁମୋଦନ ପାଇଛି। ଆମେରିକାର ଏହି ନିଷ୍ପତ୍ତି ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ଯ ପରମାଣୁ ଆକ୍ରମଣର ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି।
ପୁଟିନ ମଧ୍ଯ ଘୋଷଣା କରିଛନ୍ତି ଯେ ଯଦି ୟୁକ୍ରେନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରେ ତେବେ ପରମାଣୁ ଆକ୍ରମଣରେ ଏହାର ଜବାବ ଦିଆଯିବ।