Latest Odisha News

BREAKING NEWS

ଆଜିଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷାର ଖାତାଦେଖା

କଟକ: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖା ଯାଉଛି । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଥିରେ ନିୟୋଜିତ ଅଛନ୍ତି ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ ।

ଗତକାଲି ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । କୋଭିଡ୍ ଗାଇଡଲାଇନ ଭିତରେ ମୂଲ୍ୟାୟନ ବ୍ୟବସ୍ଥା କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ୩ଦିନ ଭିତରେ ଖାତା ଦେଖା ସରିବ । ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖିଛି ବୋର୍ଡ ।

ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇଛନ୍ତି । କରୋନା ଯୋଗୁ ଏବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିଲା । ଏହାପରେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.