Latest Odisha News

BREAKING NEWS

ଏଣିକି ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ ଜମି କିଣାବିକା, ହଟିବେ ଦଲାଲ

ଭୁବନେଶ୍ୱର: ଏଣିକି ରାଜ୍ୟରେ ସମ୍ପୂର୍ଣ୍ଣ କ୍ୟାସ୍ ଲେସ ହେବ ଜମି କିଣା ବିକା। ଗୋଟିଏ ବି ଟଙ୍କା ନଗଦ କାରବାର ହେବ ନାହିଁ। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପୂର୍ବରୁ ୧୫ ହଜାର ଯାଏ କ୍ୟାସ କାରବାର ହେଉଥିଲା। ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଏଣିକି ଜମି ପଞ୍ଜିକରଣ ପାଇଁ ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି। କେବଳ ଜମି ମାଲିକ ଚିହ୍ନଟ ପାଇଁ ଅଫିସ ଯିବାକୁ ହେବ। ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁବଶୀଘ୍ର ଏସ୍‌ଓପି ଜାରି ହେବ। ଏହା ସହ ରାଜସ୍ବ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ।

Comments are closed.