Latest Odisha News

ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଅନ୍ୟପଟେ ବିଧାନସଭାରେ ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି। ସେପଟେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ଗୃହରେ ହୋ ହଲ୍ଲା ସହ ନାରାବାଜି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ବିଧାୟକମାନେ ନାରାବାଜି କରିବା ସହ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରିଛନ୍ତି । ସେହିପରି କଂଗ୍ରେସ ଜନଜାତି ସୁରକ୍ଷା ଓ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଛନ୍ତି । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Comments are closed.