Latest Odisha News

BREAKING NEWS

ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି : ଟ୍ରମ୍ପ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି । ସୋସିଆଲ ସାଇଟରେ ତାଙ୍କ ବିବୃତି ଉପରେ କଟକଣା ଥିବାରୁ ସେ ଏକ ମନ୍ତବ୍ୟ ଜାରୀ କରି ତାଙ୍କ ମନକଥା କହିଛନ୍ତି । ଶେଷର ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଆସୁଛି । ମୁଁ ପ୍ରଥମରୁ ଏହି କଥା କହି ଆସୁଛି, ଯାହା କି ଏବେ ସତ୍ୟ ପ୍ରମାଣିତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି । ଏଠାରେ ସେ ଜୋ ବାଇଡେନଙ୍କୁ ପରୋକ୍ଷରେ ଶତ୍ରୁ ବୋଲି ସମ୍ବୋନ୍ଧିତ କରିଛନ୍ତି । ଚୀନ ଏବେ ସମଗ୍ର ବିଶ୍ୱ ଏବଂ ଆମେରିକାକୁ ୧୦ ଟ୍ରିଲିୟନ ଡଲାର ଦେବା ଉଚିତ ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ବାଇଡେନ ୯୦ ଦିନ ମଧ୍ୟରେ କରୋନା ଭାଇରସ ଉତ୍ପତି ସମ୍ପର୍କରେ ସୂଚନା ଦେବାକୁ ଗୁଇନ୍ଦା ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.