Latest Odisha News

BREAKING NEWS

“ସମସ୍ତଙ୍କୁ ମିଳିବ ତାଙ୍କର ହକ୍, ଏ ସରକାର ପୂର୍ବ ସରକାର ଠାରୁ ଭିନ୍ନ”

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଓ ଏବେକା ସରକାର ମଧ୍ୟରେ ବହୁତ ତଫାତ ରହିଛି । ଆମ ସରକାର କୌଣସି ରାଜ୍ୟକୁ ଅବହେଳା କରିବନି । ରାଜ୍ୟମାନଙ୍କର ହକ୍‌ ଅନୁସାରେ ସେମାନଙ୍କୁ ସବୁ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହିତ ଖଣି ସମ୍ପଦ ରୟାଲିଟି ନେଇ ମନ୍ତ୍ରୀ କହିଛନ୍ତି, କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ଏହା ସହିତ ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ମଧ୍ୟ ଭାରତରେ ସର୍ଭେ ଚାଲିଛି । ସର୍ଭେରେ ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.