Latest Odisha News

BREAKING NEWS

ସମାଲୋଚିତ ହେଉଥିଲେ, ଏବେ ଶାଣିତ ବୋଲିଂ ପାଇଁ ସମସ୍ତେ ହାର୍ଦ୍ଦିକଙ୍କୁ ମନେ ରଖିବେ..

ନୂଆଦିଲ୍ଲୀ: ଏଇ କିଛି ଦିନ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ସମାଲୋଚିତ ହୋଇଥିଲେ। ସୋଶିଆଲ ମିଡିଆ ହେଉ ଅବା ଗଣମାଧ୍ୟମ ସବୁଠି ହାର୍ଦ୍ଦିକ ପାଣ୍ଡ୍ୟା ସମାଲୋଚିତ ଥିଲେ। କିନ୍ତୁ ବିଶ୍ୱକପ ଫାଇନାଲରେ ଶେଷ ଓଭରରେ ଯେଉଁଭଳି ବୋଲିଂ କରି ଦଳକୁ ବିଜୟ ମୁହଁକୁ ଫେରାଇ ଆଣିଲେ ତାହା ଯିଏ ଦେଖିବ ପ୍ରଶଂସା କରିବ।

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ବିଜେତା ହେବା ପରେ କାନ୍ଦି ପକାଇଥିଲେ। ଚମତ୍କାର ପ୍ରଦର୍ଶନ କରି ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍ ରେ ପରାସ୍ତ କରି ୧୧ ବର୍ଷର ଆଇସିସି ଟ୍ରଫି କପକୁ ନେଇ ଥିବା ପ୍ରତିକ୍ଷାର ଅନ୍ତ ଘଟାଇଛି।

କେନସିଂଟନ୍ ଓଭାଲରେ ଭାରତର ବିଜୟ ପରେ ବିସିସିଆଇ ସମ୍ପାଦକ ଜୟ ଶାହା ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ବିଜୟ ପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ହାର୍ଦ୍ଦିକଙ୍କୁ ଖୁସିର କିସ୍ କରିଥିଲେ।

ଏହାର ବହୁତ ଅର୍ଥ ରହିଛି। ଅତ୍ୟନ୍ତ ଭାବପ୍ରବଣ, ଆମେ ବହୁତ କଠିନ ପରିଶ୍ରମ କରୁଛୁ ଏବଂ କିଛି ସଠିକ୍ ହେଉନଥିଲା କାରଣ ଭାରତ ପଚାଶ ଓଭର ବିଶିଷ୍ଟ ବିଶ୍ୱକପ ମ୍ୟାଚରେ ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା। କିନ୍ତୁ ଆଜି ସମଗ୍ର ଦେଶ ଯାହା ଚାହୁଁଥିଲା ତାହା ମିଳିଛି। ମୋ ପାଇଁ ସବୁଠାରୁ ଖାସ କଥା ହେଲା, ମୋର ଗତ ୬ ମାସ କେମିତି ଥିଲା, ମୁଁ ଗୋଟିଏ ଶବ୍ଦ ବି କହିନାହିଁ। ମୁଁ ଜାଣିଥିଲି ଯେ ଯଦି କଠିନ ପରିଶ୍ରମ ଜାରି ରଖିବି ତେବେ ମୁଁ  ଭଲ ପ୍ରଦର୍ଶନ କରିପାରିବି ଏବଂ ଯାହା କରିପାରିବି ତାହା କରିପାରିବି ବୋଲି ହାର୍ଦ୍ଦିକ ବିଜୟ ପରେ କହିଛନ୍ତି।

୨୦୦୭ର ଏହି ଚାମ୍ପିୟନ ଦଳ ଏଥର ମଧ୍ୟ ୭ ୱିକେଟରେ ପ୍ରତିପକ୍ଷ ଦଳକୁ ହରାଇ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ପାଇଁ ଲକ୍ଷ୍ୟ ୧୭୬ ରନ୍ ଥିଲା କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ।

ମୁମ୍ବାଇର ଅଧିନାୟକ ହୋଇଥିଲେ ହାର୍ଦ୍ଦିକ। କିନ୍ତୁ ଦଳର ପ୍ରଦର୍ଶନ ଏତେ ନୈରାଶ୍ୟଜନକ ଥିଲା ଯେ ଚାରିଆଡୁ ସମାଲୋଚିତ ହୋଇଥିଲେ ହାର୍ଦ୍ଦିକ। ଦଳ ଭିତରୁ ବାହାରୁ ସମାଲୋଚିତ ହୋଇଥିବା ପାଣ୍ଡ୍ୟାଙ୍କର ଚମକ ମଧ୍ୟ ଏବେ ଆଉ ସେଭଳି ତାଙ୍କ ଚେହେରାରେ ନାହିଁ। କିନ୍ତୁ ନିଜକୁ ଶାନ୍ତ ଓ ଧୈର୍ଯ୍ୟର ସହ ରଖି ବିଶ୍ୱକପର ଫାଇନାଲ ମ୍ୟାଚର ଶେଷ ଓଭରରେ ଯେଉଁଭଳି ବୋଲିଂ କରିଛନ୍ତି ଏବେ ତାହା ବାଃ ବାଃ ଛଡା ଆଉ କିଛି ନୁହେଁ।

Leave A Reply

Your email address will not be published.