Latest Odisha News

ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ୭ ଦିନ ମହଲତ

ରାୟଗଡ଼ା: ରାୟଗଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ଅଶୋକ ସିନେମା ହଲ୍ ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମୁଖ୍ୟ ରାସ୍ତା ପାର୍ଶ୍ୱ ପାଦ ଚଲା ରାସ୍ତାକୁ ବ୍ୟବସାୟୀ ମାନେ ଜବରଦଖଲ କରିଥିବା ବେଳେ ପ୍ରାଥମିକ ସ୍ତରରେଏହ ଏହାର ଉଛେଦ ଆରମ୍ଭ ହୋଇଛି । ତେବେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳର ବ୍ୟବସାୟୀ ମାନେ ଜବର ଦଖଲ ହଟେଇ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପୌର ନିର୍ବାହୀ ଅଧିକାରୀ ଉଛେଦକୁ ସ୍ଥଗିତ ରଖିଛନ୍ତି ।

ସହରରେ କେବଳ ଅଶୋକ ସିନେମା ହଲ୍ ଅଞ୍ଚଳ ନୁହଁ ବିଭିନ୍ନ ମୁଖ୍ୟ ରାସ୍ତା, ଓଭର ବ୍ରିଜ ପାର୍ଶ୍ଵ, ଜ୍ୟୋତି ମହଲ ଛକ ଭଳି ଅନେକ ଅଞ୍ଚଳରେ ଜବର ଦଖଲ କାରୀ ରାସ୍ତା ଅବରୋଧ କରି ମ୍ୟୁନିସିପାଲଟିର ଜମିକୁ ମାଡ଼ି ବସିଥିବା ଅଭିଯୋଗ ହେଉଛି । ରାୟଗଡ଼ା ସହର ବଢ଼ୁଥିବା ବେଳେ ଆଗକୁ ରେଳ ବିଭାଗର ଡିଭିଜନ ଅଫିସ୍ ହେବାର ଯୋଜନା ରହିଛି ।

ଏଭଳି ସ୍ଥିତିରେ ରାୟଗଡା ସହରରେ ପୌର ପରିଷଦର ୩୦ ପ୍ରତିଶତ ମୂଲ୍ଯବାନ ଜମି ଜବର ଦଖଲକାରୀଙ୍କ କବଜାରେ ରହିଛି । ସପ୍ତାହ ମଧ୍ୟରେ ବ୍ୟବସାୟୀ ଜବର ଦଖଲ ନ ହଟାଇଲେ ପୌର ପ୍ରଶାସନ ଉଚ୍ଛେଦ କରିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ୟସୀର ଅହମ୍ମଦ । ଆଜିର ଉଚ୍ଛେଦ ବେଳେ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିକୁ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

Comments are closed.