Latest Odisha News

BREAKING NEWS

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା ବେସରକାରୀ ଷ୍ଟଲ୍ ଓ ଘର ଭଙ୍ଗା ଯାଇଛି ।

BjdElectrycity

ଜବରଦଖଲ ଉଚ୍ଛେଦ ବେଳେ ସୋନପୁର ସଦର ତହସିଲଦାର, ରାଜସ୍ୱ ନୀରିକ୍ଷକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ତେବେ ଆଗକୁ ଏହି ଜବର ଦଖଲ ଅଭିଯାନ ଜାରି ରହିବ ବୋଲି ସଦର ତହସିଲଦାର କହିଛନ୍ତି ।

Leave A Reply

Your email address will not be published.