Latest Odisha News

BREAKING NEWS

ପୂର୍ବତନ ପୋଲିସ ଡିଜିଙ୍କ ରବିନ୍ ହୁଡ ଅନ୍ଦାଜ… ଭିଡିଓ ଭାଇରାଲ

ପାଟନା: ଗୁପ୍ତେଶ୍ୱର ପାଣ୍ଡେରୁ ରବିନ୍ ହୁଡ୍ ପାଣ୍ଡେ । ଷ୍ଟାଇଲ, ଲୁକ୍ ଆକ୍ସନ ଆଉ ଠାଣି ପୁରାପୁରି ଫିଲ୍ମି । ବିହାରର ଦବଙ୍ଗ ପୋଲିସ ଅଫିସର ପୂର୍ବତନ ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ । କିଛି ଦିନ ହେବ ପୋଲିସ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ତା’ପରେ ଆସିଛି ପାଣ୍ଡେଙ୍କ ରବିନ୍ ହୁଡ ଅବତାର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦବଙ୍ଗ ପୋଲିସ ଅଫିସରକୁ ‘ରବିନ୍ ହୁଡ ବିହାରକେ’ ବୋଲି ଦର୍ଶାଯାଇଛି । ମ୍ୟୁଜିକ ଭିଡିଓରେ ଡିଜିପି ପାଣ୍ଡେଙ୍କୁ ଖୁବ୍ ପ୍ରଶଂସା କରାଯାଇଛି ।

ଭିଡିଓ ପଛର ଏକ ବଡ କାହାଣୀ ରହିଛି । ନିକଟରେ ପୋଲିସ ଡିଜି ପଦରୁ ଇସ୍ତଫା ଦେଇଥିବା ଗୁପ୍ତେଶ୍ୱର ପାଣ୍ଡେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଖୁବ୍‌ଶୀଘ୍ର ତାଙ୍କ ପ୍ରାର୍ଥୀତ୍ବ ନେଇ ଖବର ବି ସାମ୍ନାକୁ ଆସିପାରେ । ତେବେ ଏହା ଖାଳି ଚର୍ଚ୍ଚା ନୁହେଁ, କୁହାଯାଉଛି ଯେ, ସେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ଏ କଥାକୁ ନିଜେ ପରୋକ୍ଷାରେ ସ୍ୱିକାର ମଧ୍ୟ କରିଛନ୍ତି ଗପ୍ତେଶ୍ୱର ପାଣ୍ଡେ । ସେ କହିଛନ୍ତି, ସୁଯୋଗ ମିଳିଳେ ନିଶ୍ଚିତ ନିର୍ବାଚନ ଲଢ଼ିବି ।

ବିହାର ସରକାରର ପୋଲିସ ମହାନିର୍ଦ୍ଦେଶକ ଓ ଭାରତୀୟ ପୋଲିସ ସେବା(ଆଇପିଏସ)ର ୧୯୮୭ ବ୍ୟାଚର ଅଫିସର ଗୁପ୍ତେଶ୍ଵର ପାଣ୍ଡେ ଏହା ପୂର୍ବରୁ ଭିଆରଏସ ଆବେଦନ କରିଥିଲେ, ଯାହାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଗୁପ୍ତେଶ୍ଵର ପାଣ୍ଡେଙ୍କୁ ଗତ ବର୍ଷ ବିହାରର ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା। ଗୁପ୍ତେଶ୍ଵରଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ଅବସର ନେବାର ଥିଲା। ଭିଆରଏସ ନେବାର ଗୋଟିଏ ଦିନ ପରେ ପୂର୍ବତନ ଡିଜିପି ପାଣ୍ଡେ ନିଜର ଫେସବୁକ ଲାଇଭରେ ନିର୍ବାଚନ ଲଢିବା ସମ୍ଭାବନା ବିଷୟରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗୁପ୍ତେଶ୍ୱର ପାଣ୍ଡେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିଲେ ।

Leave A Reply

Your email address will not be published.