Latest Odisha News

BREAKING NEWS

ପୂର୍ବତନ ବିଜେଡ଼ି ନେତା ଦାମ ରାଉତ ଗଢିଲେ ନୂଆ ଦଳ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବା ପରେ ପ୍ରାୟ ୨ମାସ ପରେ ବରିଷ୍ଠ ନେତା ଦାମୋଦର ରାଉତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଥିବା ଏକ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି ।

ନିଜର ନିର୍ବାଚନ ମଣ୍ଡଳୀ ପାରାଦୀପ ଗସ୍ତ ସମୟରେ ଦାମ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ବିଜୁ ସମତାକ୍ରାନ୍ତି ଦଳ ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ ହେଲା । ସେ ମଧ୍ୟ କହିଛନ୍ତି, ପାରାଦୀପ ନିର୍ବାଚନ ମଣ୍ଡଳୀ ହିଁ ତାଙ୍କର ଦୁର୍ଗ । ତାଙ୍କର ବିନା ଅନୁମତିରେ ଅନ୍ୟ କୌଣସି ରାଜନୈତିକ ଦଳ ସହିତ ଏହା ପ୍ରଭାବିତ ହୋଇପାରିବ ନାହିଁ । “ମୋ ନିର୍ବାଚନ ମଣ୍ଡଳୀରେ ଅନ୍ୟ କେହି ପ୍ରଭାବିତ କରିବାକୁ ଚାହିଁଲେ କେବେବି ସଫଳ ହୋଇପାରିବେ ନାହିଁ । ମୁଁ ପାରାଦୀପର ଚୌକିଦାର ଏବଂ ପାରଦୀପର ଚୌକିଦାର ହୋଇ ରହିବି ମଧ୍ୟ,”ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଦାମୋଦର ରାଉତ ।

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୧୨ ତାରିଖରେ ବିଜେଡ଼ିରୁ ବହିଷ୍କୃତ କରିଥିଲେ । ବିଜେଡ଼ିର ବହିଷ୍କୃତ ହେବାପରେ ଦାମୋଦର ରାଉତ ଶାସକ ବିଜେଡ଼ି ସରକାର ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ କରିଥିଲେ ।

ଦାମୋଦର ରାଉତ ଗଣମାଧ୍ୟମ ଆଗରେ ଯାଜପୁର ଜିଲ୍ଲା ଡ଼ଙ୍କାରୀ ପାହାଡ଼ ଲୁଟ୍ ଘଟଣା, ମୟୁରଭଞ୍ଜ ଜିଲ୍ଲାର ଚାରା ଦୁର୍ନୀତି, ଓମଫେଡ଼ ପଲିଥିନ ସପ୍ଲାଏ ଦୁର୍ନୀତି, ସମବାୟ ଦୁର୍ନୀତି, ବ୍ଲାକରୋଜ ଏବଂ ରାମକୋ ସିମେ ଫ୍ୟାକ୍ଟ୍ରି ପରି କେତେକ ଦୁର୍ନୀତି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.