Latest Odisha News

BREAKING NEWS

ରାଜଧାନୀରେ ବେଆଇନ ଦେଶୀ ପିସ୍ତଲ ରଖିଥିିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ୱର: ରାଜଧାନୀର ୪ନଂ ୟୁନିଟସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ସାମ୍ନାରେ ଶନିବାର ଦିନ ଇମ୍ରାନ ଖାନ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ବେଆଇନ ଦେଶୀ ପିସ୍ତଲ ଓ ଅଫୁଟା ଗୁଳି ରଖିଥିବା ଅଭିଯୋଗରେ ଗିରଫ କରିଛି ।

ଅଭିଯୁକ୍ତ ଜଣକଙ୍କ ଘର ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଧାନଗହିରୀ ଗ୍ରାମରେ ବୋଲି ପୋଲିସ ଚିହ୍ନଟ କରିଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏକ କାର ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

କୌଣସି ସୂତ୍ରରୁ ଖବରପାଇ କ୍ୟୁଏଟି ଏବଂ ଖାରବେଳନଗର ଥାନା କର୍ମଚାରୀ ମିଳିତ ଭାବେ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ସାମ୍ନାରେ ସନ୍ଦେହଜନକ ଭାବେ କାରଟିକୁ ଅଟକାଇ ଥିଲେ ।

ପୋଲିସ କାରଟିକୁ ଯାଞ୍ଚ କରିବା ସମୟରେ ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହିତ ୩ଟି ଜୀବନ୍ତ ଗୁଳି ମିଳିଥିଲା ।

ପୋଲିସ ଏହି ପିସ୍ତଲ, ଅଫୁଟା ଗୁଳି ସହିତ କାରକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.